ଭୁବନେଶ୍ୱର: ସ୍ୱଚ୍ଛ ସର୍ବେକ୍ଷଣ 2022 ପୂର୍ବରୁ ବିଏମସିର ବଡ଼ ପଦକ୍ଷେପ । ପରିମଳ ଓ ସ୍ଵଛତା କ୍ଷେତ୍ରରେ ଯୋଡ଼ିହେବ ନୂଆ 14ଟି MRF । MRF ଅର୍ଥତ ମେଟେରିଆଲ ରିକୋଭରି ଫେସିଲିଟି ।
ଭୁବନେଶ୍ୱରରେ ମୋଟ 67ଟି ୱାର୍ଡ ପାଇଁ ପୂର୍ବରୁ 10ଟି MRF ଥିବାବେଳେ ଏବେ ଏହି ସଂଖ୍ୟା 24କୁ ବୃଦ୍ଧି ପାଇବ । ସ୍ମାର୍ଟସିଟିର ପରିମଳ ପରିଚାଳନା ଓ ପ୍ରକ୍ରିୟାକରଣ ପାଇଁ ସ୍ଥାପନ ହୋଇଛି 41ଟି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ବା MCC । ବିଏମସିର 24ଟି MRF ମଧ୍ୟରୁ ଉତ୍ତର ଯୋନରେ 10ଟି ଥିବାବେଳେ ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ଯୋନରେ 7ଟି ଲେଖାଏଁ MRF ରହିଛି । ପ୍ରତି MRF ର ବର୍ଜ୍ୟ ପରିଚାଳନା ତଥା ପୃଥକୀକରଣ କ୍ଷମତା ଦୈନିକ 20 ଟନ ରହିଛି ।