ଓଡିଶା

odisha

ETV Bharat / city

ବକେୟା ବିଲ ନଦେଲେ ଆସନ୍ତା 16ରୁ କଟିବ ବିଜୁଳି ସଂଯୋଗ - ଆସନ୍ତା 16ରୁ କଟିବ ବିଜୁଳି

ବିଜୁଳି ବିଲ ନିର୍ଦ୍ଧାରିତ ସମୟ ମଧ୍ୟରେ ଭରଣା ନ କଲେ ଆସନ୍ତା 16ରୁ କଟାଯିବ ବିଜୁଳି ସଂଯୋଗ । ସିଇଓ ଅରୁଣ ବୋଥ୍ରା ଏହି କହିଛନ୍ତି । ତେଣୁ ଆସନ୍ତା ସପ୍ତାହେ ମଧ୍ୟରେ ଗ୍ରାହକମାନେ ନିଜର ବାକି ଥିବା ବିଜୁଳି ବିଲ ଭରଣା କରି ଏଥିରୁ ଛାଡ଼ ପାଇବା ପାଇଁ ସେ ଉପଭୋକ୍ତାମାନଙ୍କୁ ନିବେଦନ କରିଛନ୍ତି ।

utility-decides-to-pull-plug-on-defaulters
utility-decides-to-pull-plug-on-defaulters

By

Published : Jan 9, 2020, 9:44 PM IST

ଭୁବନେଶ୍ବର: ବିଜୁଳି ବିଲ ବାକି ରଖିଥିବା ଗ୍ରାହକଙ୍କୁ ସେସୁର ଶେଷ ଚେତାବନୀ । ବିଜୁଳି ବିଲ ନିର୍ଦ୍ଧାରିତ ସମୟ ମଧ୍ୟରେ ଭରଣା ନ କଲେ ଆସନ୍ତା 16 ତାରିଖ ଠାରୁ ବିଜୁଳି ସଂଯୋଗ କଟାଯିବ ବୋଲି ସ୍ପଷ୍ଟ କରିଛନ୍ତି ସିଇଓ ଅରୁଣ ବୋଥ୍ରା । ତେଣୁ ଆସନ୍ତା ସପ୍ତାହେ ମଧ୍ୟରେ ବିଜୁଳି ଗ୍ରାହକମାନେ ନିଜର ବାକି ଥିବା ବିଜୁଳି ବିଲ ଭରଣା କରି ଏଥିରୁ ଛାଡ଼ ପାଇବା ପାଇଁ ସେ ଉପଭୋକ୍ତାମାନଙ୍କୁ ନିବେଦନ କରିଛନ୍ତି ।

ବକେୟା ବିଲ ନଦେଲେ ଆସନ୍ତା 16ରୁ କଟିବ ବିଜୁଳି

ଆଜି (ଗୁରୁବାର) ଏନେଇ ରୂପାଲି ଛକସ୍ଥିତ ସେସୁ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେସୁର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅରୁଣ ବୋଥ୍ରା ଏହା ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ପ୍ରାୟ 7 ଲକ୍ଷ ବିଦ୍ୟୁତ ଉପଭୋକ୍ତାମାନଙ୍କ ମଧ୍ୟରୁ ଏହି ଏକ ମାସ ସମୟ ମଧ୍ୟରେ ଏକ ଲକ୍ଷ ଉପଭୋକ୍ତା ସେମାନଙ୍କ ବକେୟା ଦେୟ ପ୍ରଦାନ କରିଛନ୍ତି । ଯାହାକି 21 କୋଟି ଟଙ୍କା ଅଟେ । ସେହିପରି 5965 ଟି ସରକାରୀ ଅନୁଷ୍ଠାନର ବାକି ଥିବା ବିଲ ସରକାରଙ୍କ ଦ୍ବାରା ଆସନ୍ତା ମାର୍ଚ୍ଚ 31 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ପୈଠ କରାଯିବ ବୋଲି ସରକାରଙ୍କ ସହିତ ହୋଇଥିବା ବୈଠକ ରେ କୁହାଯାଇଛି । ତେଣୁ କାହାରିକୁ ଏହି ଦେୟ ପ୍ରଦାନ କରିବାରୁ ଛଡା ଯିବ ନାହିଁ ବୋଲି ସେ କହିବା ସହିତ ଉପଭୋକ୍ତା ମାନଙ୍କ ପାଇଁ କିସ୍ତି ଅନୁସାରେ ବକେୟା ଦେବାର ସୁବିଧା ଥିବା କହିଛନ୍ତି ଅରୁଣ ବୋଥ୍ରା ।

ପଚିଶ ହଜାର ପର୍ଯ୍ୟନ୍ତ କିମ୍ବା ତା ଠାରୁ ଉର୍ଦ୍ଧ୍ବ ବକେୟା ଥିବା ଗ୍ରାହକ ବିଲର 30 ଶତକଡା ପୈଠ କରି ଅନ୍ୟ ବାକିକୁ କିସ୍ତି ମାଧ୍ୟମରେ ଭରଣା କରିପାରବ ବୋଲି ସେ କହିଛନ୍ତି ।
ତେବେ ଯାହାବି ହେଲେ ବିଜୁଳି ବିଲ ଆଦାୟ କରାଯିବ । ତେଣୁ ଆସନ୍ତା 16 ତାରିଖରୁ ବିଜୁଳି କଟା ଅଭିଯାନ ପାଇଁ ଏକ 413 ଜଣିଆ ସ୍କ୍ବାର୍ଡ ଗଠନ କରାଯାଇଛି । 1643 ରୁଟ ରୁ 247 ସେକ୍ସନର 65 ସବଡ଼ିଭିଜନ ମଧ୍ୟରୁ 20 ଡିଭିଜନର ବକେୟା ଟଙ୍କା ଦେଇ ନଥିବା ଗ୍ରାହକଙ୍କ ବିଜୁଳି କଟା ହେବ ବୋଲି କହିଛନ୍ତି । ଏହା ପୂର୍ବରୁ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନତା କରାଯାଇଛି ବୋଲି ମଧ୍ୟ ପ୍ରକାଶ କରିଛନ୍ତି ସେସୁ ସିଇଓ ।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details