ଓଡିଶା

odisha

ETV Bharat / city

ଆସନ୍ତା ବର୍ଷଠୁ ଦଶମ ଶ୍ରେଣୀ ପିଲା ପଢିବେ ସଡକ ସୁରକ୍ଷା ପାଠ - 10th class student to read

ବଢୁଥିବା ସଡକ ଦୁର୍ଘଟଣାକୁ କମାଇବା ଓ ଏହାକୁ ବ୍ୟାପକ ସଚେତନତା କରିବା ଉଦ୍ଦେଶ୍ୟରେ ପରିବହନ ବିଭାଗ ବଡ ଯୋଜନା ଆରମ୍ଭ କରିଛି । ଏପଟେ ଆସନ୍ତା ବର୍ଷରୁ 10 ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ସଡକ ସୁରକ୍ଷା ଶିକ୍ଷାଦାନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

road safety
road safety

By

Published : Jan 29, 2020, 6:34 PM IST

ଭୁବନେଶ୍ବର: ଆଗାମୀ ଶିକ୍ଷା ବର୍ଷରୁ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡକ ସୁରକ୍ଷା ବିଷୟବସ୍ତୁ ରହିବ । କେମିତି ବିଷୟବସ୍ତୁ ରଖିବେ ତାହା ଗଣଶିକ୍ଷା ବିଭାଗ ନିଷ୍ପତ୍ତି କରିବ । ଏହି ସୂଚନା ଦେଇଛନ୍ତି ପରିବହନ କମିଶନର ସଞ୍ଜୀବ ପଣ୍ଡା । ଏହାସହ ରାମେଶ୍ବରରୁ ଚଣ୍ଡିଖୋଲ ଯାଏ ଲାଗିବ ସିସିଟିଭି ।

ଦଶମ ଶ୍ରେଣୀରେ ସଡକ ସୁରକ୍ଷା; ଆସନ୍ତା ବର୍ଷ ଠାରୁ କାର୍ଯ୍ୟକାରୀ


ବୁଧବାର ଏନେଇ ପରିବହନ କମିଶନର କହିଛନ୍ତି ବର୍ତ୍ତମାନ ସୁଦ୍ଧା 10 ହଜାର ମଦୁଆ ଡ୍ରାଇଭରଙ୍କୁ ପୋଲିସ ଧରିଛି। ସେଥିରୁ ଏକ ହଜାର ଡ୍ରାଇଭର ଆରଟିଓ ହାତରେ ଧରାପଡିଛନ୍ତି । ସେପ୍ଟେମ୍ବର ରୁ ନଭେମ୍ବର ମଧ୍ୟରେ ଦୁର୍ଘଟଣା କମିଛି। ରାମେଶ୍ବରରୁ - ଚଣ୍ଡୀଖୋଲ ଯାଏ ଜାତୀୟ ରାଜପଥରେ intrgrated highway management system ଲାଗୁ ହେବ। ଗୁରୁତ୍ବପୂର୍ଣ୍ଣ ସ୍ଥାନରେ କ୍ୟାମେରା ଲାଗିବ। ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ କମ୍ପ୍ୟୁଟର ମାଧ୍ୟମରେ automatic ଚାଲାଣ ଯିବ । ଏହାକୁ ପାଇଲଟ ପ୍ରକଳ୍ପ ଭାବେ ଗ୍ରହଣ କରାଯାଇଛି । ପରବର୍ତ୍ତୀ ସମୟରେ ଏହାକୁ ରାଜ୍ୟର ଅନ୍ୟସ୍ଥାନରେ ଉପଯୋଗ କରାଯିବ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details