ଓଡିଶା

odisha

ETV Bharat / city

ଭୁବନେଶ୍ୱରରେ ଆଉ 109 ଆକ୍ରାନ୍ତ ଚିହ୍ନଟ, 4 ହଜାର ଟପିଲା ପଜିଟିଭ ସଂଖ୍ୟା - ଭୁବନେଶ୍ୱରରେ ଆକ୍ରାନ୍ତ

ରାଜଧାନୀରେ ମଙ୍ଗଳବାର 109 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 134 ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷେ ଭୁବନେଶ୍ୱରରେ 4 ହଜାର ପାର ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା। ଅଧିକ ପଢନ୍ତୁ...

ଭୁବନେଶ୍ୱରରେ ଆଉ 109 ଆକ୍ରାନ୍ତ ଚିହ୍ନ, 4 ହଜାର ଟପିଲା ପଜିଟିଭ ସଂଖ୍ୟା
ଭୁବନେଶ୍ୱରରେ ଆଉ 109 ଆକ୍ରାନ୍ତ ଚିହ୍ନ, 4 ହଜାର ଟପିଲା ପଜିଟିଭ ସଂଖ୍ୟା

By

Published : Aug 11, 2020, 8:26 PM IST

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ କାୟା ବିସ୍ତାର କରୁଛି କରୋନା ମହାମାରୀ । ବଢ଼ିବାରେ ଲାଗିଛି ପଜିଟିଭ ସଂଖ୍ୟା । ରାଜଧାନୀରେ ମଙ୍ଗଳବାର 109 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 134 ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷେ ଭୁବନେଶ୍ୱରରେ 4 ହଜାର ପାର ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା।

ଭୁବନେଶ୍ୱରରେ ଗୋଟିଏ ଦିନରେ 109 ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏଥିମଧ୍ୟରେ ହୋମ କ୍ବାରେଣ୍ଟାଇନରୁ 60 ଓ ସ୍ଥାନୀୟ ଅଞ୍ଚଳରୁ 49 ଜଣ ଚିହ୍ନଟ ହୋଇଛନ୍ତି । କ୍ଵାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 3 ଜଣ ଏକ ଘରୋଇ ହସ୍ପିଟାଲରୁ ଓ ଆଉ 3 ଜଣ ଗଙ୍ଗନଗର ଅଞ୍ଚଳର ହୋଇଥିବା ଜଣାପଡିଛି । ସେହିପରି ସୁନ୍ଦରପଦାରୁ 3, ଓଲଡ଼ ଟାଉନରୁ 4, ୟୁନିଟ 8ରୁ 4, ନ୍ୟୁ ଫରେଷ୍ଟ ପାର୍କରୁ 4, ଚନ୍ଦ୍ରଶେଖରପୁରରୁ 4 ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ 3 ଜଣ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ରହିଛନ୍ତି ।


ସେହିପରି ଭାବରେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ନୟାପଲି, ୟୁନିଟ 6, ଭରତପୁର, ଲକ୍ଷ୍ମୀ ସାଗର, ବାଣୀ ବିହାର, ଡୁମଡୁମା, ଆଇଆରସି ଭିଲେଜରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 3 ଜଣ ବିବେକାନନ୍ଦ ମାର୍ଗ, 4 ଜଣ ବରଗଡ, 2 ଜଣ ଚନ୍ଦ୍ରଶେଖରପୁର, 2 ଜଣ ବରମୁଣ୍ଡାର ଚିହ୍ନଟ ହୋଇଛନ୍ତି।

ତେବେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4171ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 2807 । ଅନ୍ୟପକ୍ଷେ ଏବେସୁଦ୍ଧା 22 ଜଣଙ୍କ ମୃତ୍ୟୁ ହୋଇସାରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details