ଓଡିଶା

odisha

By

Published : Aug 15, 2020, 1:00 PM IST

ETV Bharat / city

ଗତ 24 ଘଣ୍ଟାରେ ଦ୍ୱୈତ ନଗରୀରେ ୧୦୭.୦ମିମି ବର୍ଷା ରେକର୍ଡ

ଗତ 24 ଘଣ୍ଟା ମଧ୍ୟରେ ଦ୍ୱୈତ ନଗରିରେ ଭଲ ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱରରେ ସର୍ବାଧିକ ୧୦୭.୦ ମିମି ବର୍ଷା ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...

ଦ୍ୱୈତ ନଗରୀରେ ୧୦୭.୦ ମିମି  ବର୍ଷା ରେକର୍ଡ
ଗତ 24 ଘଣ୍ଟାରେ ଦ୍ୱୈତ ନଗରୀରେ ୧୦୭.୦ମିମି ବର୍ଷା ରେକର୍ଡ

ଭୁବନେଶ୍ୱର: ଗତ 24 ଘଣ୍ଟା ମଧ୍ୟରେ ଦ୍ୱୈତ ନଗରୀରେ ଭଲ ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱରରେ ସର୍ବାଧିକ ୧୦୭.୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି କଟକ ଜିଲ୍ଲାର ଆଠଗଡ଼, କଟକ ସଦର ଭଳି ସ୍ଥାନ ଗୁଡିକରେ ମଧ୍ୟ ଭଲ ବର୍ଷା ରେକର୍ଡ ହୋଇଛି ।

ଉତ୍ତର ଉପକୂଳ ଓଡିଶା, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଗାଙ୍ଗେୟ ଆଖପାଖରେ ୱେଲମାର୍କ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ସେହିପରି ଗତ 24 ଘଣ୍ଟାରେ ଦୈତ ନଗରୀରେ ମଧ୍ୟ ଭଲ ବର୍ଷା ରେକର୍ଡ ହୋଇଛି ।

ଗତ 24 ଘଣ୍ଟାରେ ଦ୍ୱୈତ ନଗରୀରେ ୧୦୭.୦ମିମି ବର୍ଷା ରେକର୍ଡ

ତେବେ କଣ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାର ସ୍ଥିତି ଆସନ୍ତୁ ଜାଣିବା....

୧ ଜୁନରୁ ୧୫ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାରେ ୬୮୦.୯ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୭୪୯.୫ ମିମି ଠାରୁ ୯% ପ୍ରତିଶତ କମ ।

୧ ଜୁନରୁ ୧୫ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ୭ଟି ଜିଲ୍ଲା ବାଲେଶ୍ୱର (-୩୧%), ସୋନପୁର (-୩୧%), ,ଖୋର୍ଦ୍ଧା (-୨୫%), ନବରଙ୍ଗପୁର(-୨୫%), ମୟୂରଭଞ୍ଜ(-୨୪%), ବଲାଙ୍ଗୀର(-୨୪%), ପୁରୀ (-୨୧%)ରେ ସ୍ୱାଭାବିକ ବର୍ଷା ଠାରୁ କମ ବର୍ଷା ରେକର୍ଡ କରାଯାଇଛି ।

ଗତ 24 ଘଣ୍ଟାରେ ଦ୍ୱୈତ ନଗରୀରେ ୧୦୭.୦ମିମି ବର୍ଷା ରେକର୍ଡ

୧ ଜୁନରୁ ୧୫ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ଅବଶିଷ୍ଟ ୨୨ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି ।

୧ ଜୁନରୁ ୧୫ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ଅବଶିଷ୍ଟ ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।

୧ ଜୁନରୁ ୧୫ ଅଗଷ୍ଟ ୨୦୨୦ ମଧ୍ୟରେ ବାଲେଶ୍ୱର ଏବଂ ସୋନପୁର ଜିଲ୍ଲାରେ ସର୍ବନିମ୍ନ ୩୧ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି ।

୧ ଜୁନରୁ ୧୫ ଅଗଷ୍ଟ ୨୦୨୦ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୦୩୦.୦ ମିମି ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୮୨୩.୬ ମିମି ଠାରୁ ୨୫ ପ୍ରତିଶତ ଅଧିକ ।

ଗତ 24 ଘଣ୍ଟାରେ ଦ୍ୱୈତ ନଗରୀରେ ୧୦୭.୦ମିମି ବର୍ଷା ରେକର୍ଡ

୧ ଜୁନରୁ ୧୫ ଅଗଷ୍ଟ ୨୦୨୦ ମଧ୍ୟରେ, ଓଡ଼ିଶାର ୨ଟି ଜିଲ୍ଲା ବାଲେଶ୍ବର ଏବଂ ସୋନପୁରରେ ୩୦ ପ୍ରତିଶତ କିମ୍ବା ତା' ଠାରୁ କମ ବର୍ଷା ରେକର୍ଡ କରାଯାଇଛି । ଉଭୟ ଜିଲ୍ଲାରେ ୩୧ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି ।

ଭୁବନେଶ୍ୱରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details