ଓଡିଶା

odisha

ETV Bharat / city

Odisha Covid Recovery Report: ଆଜି ସୁସ୍ଥ ହେଲେ ୧୦ ହଜାର ୫୧୧ ଆକ୍ରାନ୍ତ

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦ ହଜାର ୫୧୧ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୧,୭୩,୯୦୭କୁ ବୃଦ୍ଧି ହୋଇଛି ।

Odisha Covid Recovery Report : ଆଜି କୋରୋନା ପଞ୍ଝାରୁ ସୁସ୍ଥ ହେଲେ ୧୦୫୧୧ ଆକ୍ରାନ୍ତ
Odisha Covid Recovery Report : ଆଜି କୋରୋନା ପଞ୍ଝାରୁ ସୁସ୍ଥ ହେଲେ ୧୦୫୧୧ ଆକ୍ରାନ୍ତ

By

Published : Jan 28, 2022, 9:56 PM IST

ଭୁବନେଶ୍ବର:ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦ ହଜାର ୫୧୧ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୧ ଲକ୍ଷ ୭୩ ହଜାର ୯୦୭କୁ ବୃଦ୍ଧି ହୋଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୪୧୪୯ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୧୦୦୧, କଟକରୁ ୬୧୬ ଓ ଜଗତସିଂହପୁରରୁ ୩୪୨ ଜଣ ସୁସ୍ଥ ହୋଇଛନ୍ତି । ବାଲେଶ୍ବରରୁ ୨୮୬, ଯାଜପୁରରୁ ୨୩୧, ବଲାଙ୍ଗୀରରୁ ୨୧୪, ନବରଙ୍ଗପୁରରୁ ୨୧୨, ନୟାଗଡରୁ ୨୦୧ ଓ ସମ୍ବଲପୁରରୁ ୧୮୧ କୋରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ରାୟଗଡାରୁ ୧୭୯, ବୌଦ୍ଧରୁ ୧୭୮, ଅନୁଗୋଳରୁ ୧୬୦, ଗଜପତିରୁ ୧୬୦, କୋରାପୁଟରୁ ୧୬୦, ଭଦ୍ରକରୁ ୧୫୪, ମୟୂରଭଞ୍ଜରୁ ୧୫୨, ପୁରୀରୁ ୧୩୯, କେନ୍ଦ୍ରାପଡାରୁ ୧୩୪, କେନ୍ଦୁଝରରରୁ ୧୩୩ ଜଣ ଆରୋଗ୍ୟ ହୋଇଛନ୍ତି ।

ବରଗଡରୁ ୧୨୫, କନ୍ଧମାଳରୁ ୧୦୦, ଝାରସୁଗୁଡାରୁ ୮୬, ଢେଙ୍କାନାଳରୁ ୮୧, ଗଞ୍ଜାମରୁ ୭୬, ସୋନପୁରରୁ ୬୮, ନୂଆପଡାରୁ ୬୬, ମାଲକାନଗିରିରୁ ୫୪ ଓ ଦେଓଗଡରୁ ୪୨ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୮୩୧ । ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୩୬, ୨୨୬ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details