ଓଡିଶା

odisha

By

Published : Jan 21, 2022, 10:20 PM IST

ETV Bharat / city

COVID RECOVERY REPORT: ସୁସ୍ଥ ହେଲେ ଆଉ 10390 କୋରୋନା ସଂକ୍ରମିତ

କୋରୋନାକୁ ମାତ ଦେଇ ସୁସ୍ଥ ହେଲେ ଆଉ ୧୦୩୯୦ ଆକ୍ରାନ୍ତ । ଶୁକ୍ରବାର କୋରୋନା ପଞ୍ଝାରୁ ମୁକ୍ତ ହେଲେ ୩୦ ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ 10390ରୋଗୀ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୯୯୪୨୩କୁ ବୃଦ୍ଧି ହୋଇଛି ।

ODISHA COVID RECOVERY REPORT : ଆଜି ସୁସ୍ଥ ହେଲେ 10390 କୋରୋନା ସଂକ୍ରମିତ
ODISHA COVID RECOVERY REPORT : ଆଜି ସୁସ୍ଥ ହେଲେ 10390 କୋରୋନା ସଂକ୍ରମିତ

ଭୁବନେଶ୍ବର :କୋରୋନାକୁ ମାତ ଦେଇ ସୁସ୍ଥ ହେଲେ ଆଉ 10390 ଆକ୍ରାନ୍ତ । ଶୁକ୍ରବାର କୋରୋନା ପଞ୍ଝାରୁ ମୁକ୍ତ ହେଲେ 30 ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ 10390ରୋଗୀ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ ୯୯୪୨୩କୁ ବୃଦ୍ଧି ହୋଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୧୯୪୪, କଟକରୁ ୯୪୪, ବାଲେଶ୍ବରରୁ ୫୦୯, ସମ୍ବଲପୁରରୁ ୫୦୦ ଓ ମୟୂରଭଞ୍ଜରୁ ୩୭୬ ଆରୋଗ୍ୟ ଲାଭ କରିଛନ୍ତି । ବଲାଙ୍ଗୀରରୁ ୩୦୮, ପୁରୀରୁ ୨୭୧, ନୟାଗଡରୁ ୨୧୪, ରାୟଗଡାରୁ ୧୯୫, ଯାଜପୁରରୁ ୧୯୧,ସୋନପୁରରୁ ୧୫୧, ଜଗତସିଂହପୁରରୁ ୧୪୪, କଳାହାଣ୍ତିରୁ ୧୪୪ ଓ ନବରଙ୍ଗପୁରରୁ ୧୪୪ ସୁସ୍ଥ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୧୩୮, କୋରାପୁଟରୁ ୧୩୬, ଝାରସୁଗୁଡାରୁ ୧୨୮, କେନ୍ଦୁଝରରୁ ୧୨୪, ଗଜପତିରୁ ୧୦୬, ଭଦ୍ରକରୁ ୧୦୧, ଅନୁଗୋଳରୁ ୧୦୦, ବରଗଡରୁ ୮୪ ଓ ମାଲକାନଗିରିରୁ ୧୮୨ ଆରୋଗ୍ୟ ଲାଭ କରିଛନ୍ତି । କେନ୍ଦ୍ରାପଡାରୁ ୭୧, ଢେଙ୍କାନାଳରୁ ୪୪, କନ୍ଧମାଳରୁ ୪୪, ଦେଓଗଡରୁ ୨୩ ଜଣ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୫୬୭ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details