ଭୁବନେଶ୍ବର: ରାଜଧାନୀରେ ଆସନ୍ତା ୧୦ତାରିଖ ସୁଦ୍ଧା ୮୦ ପ୍ରତିଶତ ବିଦ୍ୟୁତ୍ ଯୋଗାଇ ଦିଆଯିବ । ଏହାସହ ୧୨ତାରିଖ ସୁଦ୍ଧା ଶତପ୍ରତିଶତ ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ।
ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରର ସମସ୍ତ ହସ୍ପିଟାଲରେ ବିଜୁଳି ସେବା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି । ତେବେ ପୁରୀରେ ଶତପ୍ରତିଶତ ବିଜୁଳି ଯୋଗାଣ ପାଇଁ ଗୋଟିଏ ମାସ ସମୟ ଲାଗିବ ବୋଲି କୁହାଯାଇଛି । ଏହାସହ ଆଇଟିଆଇ ଓ ପଲିଟେକନିକ୍ ଛାତ୍ରଛାତ୍ରୀଙ୍କୁ ପଠାଯାଇ ବିଭିନ୍ନ ଘରେ ବିଦ୍ୟୁତ୍ ସେବା ଯୋଗାଇବାରେ ସହଯୋଗ କରାଯିବ ।