ଓଡିଶା

odisha

ETV Bharat / city

ସରକାରଙ୍କ ସହାୟତା ଲୋଡ଼ିଲେ ପର୍ବତାରୋହୀ

ଏହି ଉତ୍ସାହୀ ପର୍ବତାରୋହୀମାନେ ୟୁରୋପ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଲବ୍ରୁଜ ଚଢିବାକୁ ଯୋଜନା କରିଛନ୍ତି ।

ଫଟୋ ସୌଜନ୍ଯ:ପ୍ରତିନିଧି, ଭୁବନେଶ୍ବର

By

Published : Aug 21, 2019, 12:22 PM IST

ଭୁବନେଶ୍ବର: 7 ମହାଦେଶର 7 ଗିରିଶୃଙ୍ଗ ଶିଖର ଛୁଇଁବାକୁ ଲକ୍ଷ୍ୟ ରଖିଥିବା ଓଡିଶାର 10 ଜଣ ଯୁବ ପର୍ବତାରୋହୀ ରାଜ୍ୟ ସରକାରଙ୍କ ସହାୟତା ଲୋଡିଛନ୍ତି । ଏନେଇ ପର୍ବତାରୋହୀଙ୍କୁ ସହାୟତା ଉଦ୍ଦେଶ୍ୟରେ ନିୟୁ ଇଣ୍ଡିଆ ଆଡଭେଞ୍ଚର ପକ୍ଷରୁ ପ୍ରେସମିଟ କରାଯାଇଛି ।

ଭିଡିଓ ସୌଜନ୍ଯ:ପ୍ରତିନିଧି, ଭୁବନେଶ୍ବର

ଆସନ୍ତା ସେପ୍ଟମ୍ବର 30ରୁ ନିୟୁ ଇଣ୍ଡିଆ ଆଡଭେଞ୍ଚର ପକ୍ଷରୁ 25 ଜଣ ମନାଲି ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ସେଠାରୁ ମାତ୍ର 10 ଜଣ ୟୁରୋପ ଯିବାର କାର୍ଯ୍ୟକ୍ରମ ରହିଛି । ମାତ୍ର ଏଥିପାଇଁ ଅର୍ଥାଭାବ ସମସ୍ୟା ଥିବାରୁ କ୍ରିଡା ଯୁବ ବିଭାଗ ଓ ରାଜ୍ୟ ସଂସ୍କୃତି ବିଭାଗକୁ ସହାୟତା ଲୋଡିଛନ୍ତି ।

ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଏହି ଉତ୍ସାହୀ ପର୍ବତାରୋହୀମାନେ ୟୁରୋପ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଲବ୍ରୁଜ ଚଢିବାକୁ ଯୋଜନା କରିଛନ୍ତି ।

ଆସନ୍ତାବର୍ଷ ଜାନୁଆରୀ 26 ତାରିଖରେ, ଦେଶ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ସମୟରେ ଠିକ ସେହି ସମୟରେ ଆଫ୍ରିକାର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲି ମଞ୍ଜରାରେ ଦେଶର ଜାତୀୟ ପତାକାକୁ ଉଡାଇବାକୁ ଲଷ୍ୟ ରଖିଥିବା ଏହି ପ୍ରେସମିଟରେ ସୂଚନା ଦିଆଯାଇଛି । ମାତ୍ର ଏହି ଯାତ୍ରା ପାଇଁ ମୋଟ 20 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଦରକାର ପଡୁଥିବାବେଳେ ମୁଣ୍ଡପିଛା 2ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ହେଲେ ପାଖରେ ଅର୍ଥର ଅଭାବ ରହିଥିବାବେଳେ ତାଙ୍କ ପକ୍ଷରେ ଏହା ସମ୍ଭବପର ହୋଇ ପାରୁନାହିଁ । ତେଣୁକରି ସରକାରଙ୍କୁ ସାହାୟତା ମାଗିଛନ୍ତି। ସାଧାରଣ ଏଭରେଷ୍ଟ ବିଜୟୀଙ୍କୁ ହିଁ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ପ୍ରଦାନ କରୁଥିବାବେଳେ ସେହି ରାଶିକୁ ଯିବା ପୂର୍ବରୁ କିଛି ପ୍ରଦାନ କଲେ ବେଶ ଭଲ ହୁଅନ୍ତା ବୋଲି ଏହି ଆରୋହଣକାରୀ ମାନେ କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details