ଭୁବନେଶ୍ବର: 'ଫନି' ପରେ ଛାରଖାର ହୋଇଯାଇଛି ଓଡିଶା । ସବୁଠାରୁ ଅଧିକା ଦୁର୍ଦ୍ଦଶା ଭୋଗିଛି ରାଜଧାନୀ । ଶୋଚନୀୟ ସହ ଅପ୍ରୀତିକର ଅବସ୍ଥା ରାଜଧାନୀର ଦେଖିବାକୁ ମିଳୁଛି । ଏକ ପ୍ରକାର ଅଳିଆ ଆବର୍ଜନାର ପରିପୂର୍ଣ୍ଣ ଧୂସରିତ ସହର ଭଳି ପ୍ରତୀୟମାନ ହେଉଛି ସ୍ମାର୍ଟ ସିଟି । ସ୍ମାର୍ଟ ସିଟି ଛାତିରେ ଗଢି ଉଠିଥିବା ବସ୍ତି ବାତ୍ୟା ପରେ ଧ୍ବସ୍ତବିଧ୍ବସ୍ତ ହୋଇ ଯାଇଛି । କୁଢକୁଢ ଅଳିଆରେ, ମଇଳା ପାଣିରେ ଅସ୍ବସ୍ତିକର ପରିବେଶରେ ଦିନ କାଟୁଛନ୍ତି ବସ୍ତି ବାସିନ୍ଦା ।
ଫନି ଯିବାର 12 ଦିନ ବିତିଗଲାଣି । ମାତ୍ର ଏବେ ବି ଭୁବନେଶ୍ବର ରାଜରାସ୍ତା କଡରେ ମୋଡିମକଚି ହୋଇ ଶହ ଶହ ଗଛ ପଡି ରହିଛନ୍ତି । ରାସ୍ତା ଘାଟରେ ଏବେ କୁଢକୁଢ ଅଳିଆ, ଆବର୍ଜନା ଗଦା ହୋଇଛି । ସବୁଠାରୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବସ୍ତି ବାସିନ୍ଦା । ଅଳିଆ ସଫା କରିବା ଦିଗରେ ବିଏମସି ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହିଁ ।