ଭଦ୍ରକ:ଗଣେଶଙ୍କ ଆବାହନ ପାଇଁ ବାଧକ ସାଜିଛି କୋରୋନା କଟକଣା । ଭଦ୍ରକ ଜିଲ୍ଲାରେ ପ୍ରଶାସନିକ କଟକଣା ମଧ୍ୟରେ ପାଳନ ହେଉଛି ଗଣେଶ ପୂଜା । ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ବାବା ବୁଢା ଗଣେଶଙ୍କ ପୂଜା ମଧ୍ୟ କୋଭିଡ କଟକଣା ସହିତ ପାଳନ କରାଯାଉଛି । ସେହିପରି ଜିଲ୍ଲା ଟୋକା ଗଣେଶ, ପିଲା ଗଣେଶ ଓ କାଞ୍ଚନ ଗଣେଶଙ୍କ ସହ ଅନ୍ୟ କେତେକ ସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ବିଘ୍ନ ବିନାଶକ । ତେବେ ଏହି ପୂଜା ପାଳନ ନେଇ ମଣ୍ଡପର 3 ପଟକୁ ସଂପୂର୍ଣ୍ଣ ଭାବେ ଆବଦ୍ଧ କରାଯାଇଛି ।
ତେବେ କୋରୋନା କଟକଣା ପାଇଁ ମଣ୍ଡପ ନିକଟରେ 7 ଜଣରୁ ଊର୍ଦ୍ଧ୍ବ ଲୋକଙ୍କ ଉପସ୍ଥିତି ଉପରେ କଟକଣା ଲାଗିଛି । ରୀତିନୀତିରେ ପୂଜା ହେଉଥିଲେ ମଧ୍ୟ ପ୍ରସାଦ ସେବନ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଏଥିରେ ବାଦ ଦିଆଯାଇଛି । ସେପଟେ କଳସ ସ୍ଥାପନ ପାଇଁ ମଧ୍ୟ ଶୋଭାଯାତ୍ରା ଓ ଜନ ସମାଗମ ଉପରେ ରୋକ ଲାଗିଛି ।