ଭଦ୍ରକ: ରାତି ପାହିଲେ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷାଣ୍ମାସିକ ପରୀକ୍ଷା । ହେଲେ ଅଦ୍ୟାବଧି କୌଣସି ସ୍କୁଲରେ ପହଞ୍ଚି ନାହିଁ ପ୍ରଶ୍ନପତ୍ର । ଅନ୍ୟପକ୍ଷରେ ପ୍ରଶ୍ନପତ୍ରର ଗୋପନୀୟତା ନେଇ ଉଠିଛି ପ୍ରଶ୍ନ । ଖୁଲମଖୁଲା ଦେଖିବାକୁ ମିଳିଛି ପ୍ରଶ୍ନପତ୍ର । ଏଥିସହ କିଛି ବିଭାଗୀୟ କର୍ମଚାରୀ ମାନେ ପ୍ରଶ୍ନପତ୍ର ଗୁଡିକର ଫଟୋ ନିଜ ମୋବାଇଲ ଫୋନରେ ଉଠାଉଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ଭଦ୍ରକ ବ୍ଲକ ଅନ୍ତର୍ଗତ 23 ଟି କ୍ଲଷ୍ଟର ଅଧୀନରେ 300 ରୁ ଊର୍ଦ୍ଧ୍ବ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି। ତେବେ ଛାତ୍ରଛାତ୍ରୀଙ୍କ ଦକ୍ଷତା ମାପିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ଏକକ ପ୍ରଶ୍ନ ପତ୍ରରେ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ହୋଇଛି ।