ଓଡିଶା

odisha

ETV Bharat / city

ତୈଳ ଦରବୃଦ୍ଧି ପ୍ରତିବାଦରେ ନବ ନିର୍ମାଣ ସଙ୍ଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ - District level bicycle rally

ଦୀର୍ଘଦିନ ଧରି ପେଟ୍ରାଲ, ଡିଜେଲ ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ ତରଫରୁ ପ୍ରତିବାଦ ଦାବିରେ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...

ତୈଳ ଦରବୃଦ୍ଧି ପ୍ରତିବାଦରେ ନବ ନିର୍ମାଣ ସଙ୍ଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ତୈଳ ଦରବୃଦ୍ଧି ପ୍ରତିବାଦରେ ନବ ନିର୍ମାଣ ସଙ୍ଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

By

Published : Jul 10, 2021, 10:43 PM IST

ଭଦ୍ରକ: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସମେତ ଖାଇବା ତେଲ ଦରବୃଦ୍ଧି ପ୍ରତିବାଦରେ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସମେତ ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲର ଦର ଏଭଳି ଅସହ୍ୟ ହେଲାଣି ଯେ ପୂର୍ବରୁ କେବେବି ଏଭଳି ଦରବୃଦ୍ଧି ହୋଇନଥିଲା ।

ତୈଳ ଦରବୃଦ୍ଧି ପ୍ରତିବାଦରେ ନବ ନିର୍ମାଣ ସଙ୍ଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଯାହାକି ସାଧାରଣ ଗରିବ ଲୋକଙ୍କର ପକେଟ୍ କାଟି ଦେଶ ଚଳାଇବା ପାଇଁ ସରକାର ନୀତି ଆପଣେଇ ଥିବା ଅଭିଯୋଗ କରିଛି ସଙ୍ଗଠନ। ଏଥିସହ ଶିଳ୍ପପତି, ପୁଞ୍ଜିପତି ମାନଙ୍କୁ ବେଶର ଅମୂଲ୍ୟ ସମ୍ପଦକୁ ଶାଗ ମାଛ ଦରରେ ଟେକିଦେଇ ଲୋକଙ୍କୁ ଲୁଟ କରିବାର ମାଧ୍ୟମ କରାଯାଇଛି ସଙ୍ଗଠନ ପକ୍ଷରୁ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି।

ଆଉ ଏହାର ପ୍ରତିବାଦ କରି ଆସନ୍ତା 12 ତାରିଖରେ ଜିଲ୍ଲା ସ୍ତରୀୟ ସାଇକେଲ ରାଲି କରାଯାଇ ସମସ୍ତଙ୍କୁ ସଚେତନ କରାଯିବ । ଏବଂ ତା ସହିତ ସମସ୍ତ ପେଟ୍ରୋଲ ପମ୍ପ ଗୁଡ଼ିକ ବନ୍ଦ କରିବା ପାଇଁ ଡ଼ାକରା ଦିଆଯାଇଥିବା ନେଇ ସଙ୍ଗଠନ ପକ୍ଷରୁ ସୂଚନା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details