ଓଡିଶା

odisha

ETV Bharat / city

ବିନା ଦାୟିତ୍ୱ ହସ୍ତାନ୍ତରରେ ଯୋଗ ଦେଲେ ନୂତନ ତହସିଲଦାର

ଭଦ୍ରକ ଜିଲ୍ଲା ତିହିଡି ତହସିଲରେ ଲାଗି ରହିଥିବା ତହସିଲଦାର ବଦଳି ବିବାଦର ଅନ୍ତ । ଯୋଗଦେଲେ ନୂଆ ତହସିଲଦାର । ଅଧିକ ପଢନ୍ତୁ...

By

Published : Aug 24, 2021, 8:06 PM IST

ବିନା ଦାୟିତ୍ୱ ହସ୍ତାନ୍ତରରେ ଯୋଗ ଦେଲେ ନୂତନ ତହସିଲଦାର
ବିନା ଦାୟିତ୍ୱ ହସ୍ତାନ୍ତରରେ ଯୋଗ ଦେଲେ ନୂତନ ତହସିଲଦାର

ଭଦ୍ରକ: ତିହିଡ଼ି ତହସିଲଦାର ଚୌକିକୁ ନେଇ ଚାଲିଥିବା ବିବାଦର ଅନ୍ତ ଘଟିଛି । ବିନା ଦାୟିତ୍ବ ହସ୍ତାନ୍ତରରେ ନୂତନ ତହସିଲଦାର କାର୍ଯ୍ୟରେ ଯୋଗଦାନ କରିଥିବା ଜଣାପଡିଛି। ପୂର୍ବତନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଥିବାରୁ ନୂତନ ତହସିଲଦାରଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଗଜପତି ଜିଲ୍ଲାର ଟ୍ରେନିଂ ରିଜର୍ଭ ଅଫିସର ପ୍ରତୀକ ସାହୁ ତିହିଡିର ନୂତନ ତହସିଲଦାର ଭାବେ ଦାୟିତ୍ବ ନିର୍ବାହ କରିବେ ।

ବିନା ଦାୟିତ୍ୱ ହସ୍ତାନ୍ତରରେ ଯୋଗ ଦେଲେ ନୂତନ ତହସିଲଦାର

ସୂଚନା ମୁତାବକ, ପୂର୍ବତନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କର ଗତମାସ ୨୭ ତାରିଖରେ ବୌଦ୍ଧ ଜିଲ୍ଲାର ଡେପୁଟି କଲେକ୍ଟର ଭାବେ ବଦଳି ହୋଇଥିଲା । ତାଙ୍କ ସ୍ଥାନରେ ଚାର୍ଲସ ନାୟକଙ୍କୁ ଦାୟିତ୍ବ ମିଳିଥିଲା । ମାତ୍ର ରମେଶ ପଣ୍ଡା ଚାର୍ଲସ ନାୟକଙ୍କଙ୍କୁ ଦାୟିତ୍ବ ହସ୍ତାନ୍ତର କରି ନ ଥିବାରୁ ବିବାଦ ଦେଖା ଦେଇଥିଲା । ପରେ ଚାର୍ଲସ ନାୟକ ଅନ୍ୟତ୍ର ବଦଳି ଆଦେଶ ପାଇଁ ତିହିଡ଼ି ଛାଡିଥିଲେ ।

ବିନା ଦାୟିତ୍ୱ ହସ୍ତାନ୍ତରରେ ଯୋଗ ଦେଲେ ନୂତନ ତହସିଲଦାର

ତେବେ ଗଜପତି ଜିଲ୍ଲାର ଟ୍ରେନିଂ ରିଜର୍ଭ ଅଫିସର ପ୍ରତୀକ ସାହୁଙ୍କୁ ଗତ ୩ ତାରିଖରେ ତିହିଡିକୁ ବଦଳି ହୋଇଥିଲେ ସୁଦ୍ଧା ପୂର୍ବ ତହସିଲଦାର ରମେଶ ପଣ୍ଡା ତାଙ୍କୁ ମଧ୍ୟ ଅନୁରୁପ ଭାବେ ଦାୟିତ୍ବ ବସ୍ତାନ୍ତର କରିବାରେ ସହଯୋଗ କରିନଥିଲେ । କିନ୍ତୁ ଗତକାଲି ଏକ ପୂର୍ବ ଜମିଜମା ମାମଲାରେ ତହସିଲଦାର ପଣ୍ଡାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ରମେଶ ପଣ୍ଡାଙ୍କ ଗିରଫଦାରୀ ପରେ ପ୍ରତୀକ ସାହୁ ତିହିଡିର ନୂତନ ତହସିଲଦାର ଭାବେ ଦାୟିତ୍ବରେ ଅବସ୍ତାପିତ ହୋଇଛନ୍ତି । ସେ ପୂର୍ବରୁ ଗଜପତି ଜିଲାରେ ଟ୍ରେନିଂ ରିଜର୍ଭ ଅଫିସର ଭାବେ କାର୍ଯ୍ୟ କରୁଥିବା ସହ ନୂଆପଡ଼ାର କୋଭିଡ଼ ପରିଚାଳନା ଦାୟିତ୍ବରେ ମଧ୍ୟ ଥିଲେ। ନୂତନ ତହସିଲଦାରଙ୍କୁ ତିହିଡ଼ି ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details