ଓଡିଶା

odisha

ETV Bharat / city

ନାମାଙ୍କନ ଦାଖଲ କଲେ ସାବିତ୍ରୀ

କେନ୍ଦ୍ରାପଡ଼ାର ପାଟକୁରା ବିଧାନସଭା ଆସନ ପାଇଁ ସାବିତ୍ରୀ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

By

Published : Apr 30, 2019, 3:11 PM IST

ଫାଇଲ ଫଟୋ

ଭୁବନେଶ୍ବର: ନାମାଙ୍କନ ଦାଖଲ କଲେ ସାବିତ୍ରୀ ଅଗ୍ରଓ୍ବାଲ । କେନ୍ଦ୍ରାପଡ଼ାର ପାଟକୁରା ବିଧାନସଭା ଆସନ ପାଇଁ ସାବିତ୍ରୀ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ପାଇଁ ବିଜେଡ଼ି ବିଧାୟିକା ପ୍ରାର୍ଥୀ ଭାବେ ନାଁ ଘୋଷଣା କରିଥିଲେ ।

ପାଟକୁରା ଆସନ ପାଇଁ ଆସନ୍ତା 19 ତାରିଖରେ ମତଦାନ ହେବ । ସୂଚନାଯୋଗ୍ୟ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ପାଟକୁରାରେ ମତଦାନ ହେବାର ଥିଲା । ମାତ୍ର ଗତ 20 ତାରିଖରେ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ ପରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ ସ୍ଥଗିତ ରହିଥିଲା । ପରେ ଆସନ୍ତା 19 ତାରିଖରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ କହିଥିଲେ । ଏହା ସହିତ ଏହି ଆସନ ପାଇଁ କେବଳ ବିଜେଡ଼ି ପ୍ରାର୍ଥୀ ଦେବ ଏବଂ ଅନ୍ୟ ଦଳ ଗୁଡ଼ିକ ପ୍ରାର୍ଥୀ ପରିବର୍ତ୍ତନ କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନ କହିଥିଲେ ।

ସେପଟେ ପାଟକୁରା ଆସନ ପାଇଁ ଏକ ପ୍ରକାର ଅଗ୍ରଓ୍ବାଲଙ୍କ ପରିବାରରୁ କେହି ଜଣେ ଟିକେଟ ପାଇବା ନେଇ ନିଶ୍ଚିତ ହୋଇଥିଲା । ମାତ୍ର ବେଦୁ ଅଗ୍ରଓ୍ବାଲଙ୍କ ସ୍ତ୍ରୀ ନା ପୁଅ ପାଇବେ, ସେ ନେଇ ଆଲୋଚନା ଚାଲିଥିଲା । ମାତ୍ର ଗତକାଲି ନବୀନ ପଟ୍ଟନାୟକ ଏହା ଉପରୁ ପରଦା ଉଠାଇ ତାଙ୍କ ସ୍ତ୍ରୀଙ୍କୁ ଟିକେଟ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details