ଓଡିଶା

odisha

ETV Bharat / city

ରାସ୍ତା ନିର୍ମାଣ ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଜଣଙ୍କ ଦେହରେ ପଶିଗଲା ତେଣ୍ଟା - Basudevpur Community Health Centre

ଝିମିଟି ଖେଳରୁ ମହାଭାରତ ଭଳି ସାମାନ୍ୟ ବଚସାରୁ ଉଗ୍ରରୂପ ଧାରଣ କରିଛି । ଘଟଣାସ୍ଥଳରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ୭ ଅହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ...

ରାସ୍ତା ନିର୍ମାଣକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ: ୭ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି
ରାସ୍ତା ନିର୍ମାଣକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ: ୭ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି

By

Published : Jul 18, 2021, 4:43 PM IST

ଭଦ୍ରକ: ରାସ୍ତା ତିଆରିକୁ କେନ୍ଦ୍ର କରି ଗାଁରେ ଗୋଷ୍ଠୀ ସଂଘର୍ଷ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଆନ୍ଦୋଳା ପଞ୍ଚାୟତ କାଶିପୁର ଗ୍ରାମରେ । ଏକ ରାସ୍ତା ତିଆରିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ଯରେ ବଚସା ହୋଇଥିବା ଦେଖିବାକୁ ମିଳିଛି ।

ରାସ୍ତା ନିର୍ମାଣକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ: ୭ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି

ଆଉ ଏହି ବଚସା ଏତେ ଉଗ୍ରରୂପ ଧାରଣ କଲା ଯେ ଶେଷରେ ତେଣ୍ଟା ଓ ଭୁଜାଲି ଚୋଟରେ ସାତ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନାନୁଯାୟୀ କାଶିପୁର ଗ୍ରାମର ଶଙ୍କର୍ଷଣ ରାଉଳ ନିଜ ଘରକୁ ଏକ ରାସ୍ତା ତିଆରି କରିଥିଲେ । ତେବେ ଏହି ରାସ୍ତା ଦିବ୍ୟସିଂହ ମିଶ୍ରଙ୍କ ଜମି ଉପରେ କରିଥିବାରୁ ସେ ଶଙ୍କର୍ଷଣକୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ପରେ ସମସ୍ତଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ରଞ୍ଜନ ବେହେରାଙ୍କ ଦେହରେ ଭୁଜାଲି ମାଡ ସହ ତେଣ୍ଟା ମାଡ ମଧ୍ଯ ହୋଇଥିବା ଜଣାପଡ଼ିଛି । ତେବେ ତେଣ୍ଟାଟି ତାଙ୍କ ଶରୀରରେ ଲାଗି ରହିଯାଇଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ତେଣ୍ଟା ସହିତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଆହତ ଆନ୍ୟମାନଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖି ଚିକିତ୍ସା କରାଯାଉଥିବା ଜଣାପଡ଼ିଛି । ତେବେ ଏନେଇ କାଶିପୁର ଗ୍ରାମରେ ପ୍ରବଳ ଉତ୍ତେଜନା ଲାଗିରହିଛି । ଘଟଣାସ୍ଥଳରେ ନାୟକାଣୀଡିହି ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିବା ନେଇ ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details