ଓଡିଶା

odisha

By

Published : Nov 5, 2021, 12:29 PM IST

ETV Bharat / city

ଦ୍ବିତୀୟ ଦିନରେ ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ

ଆଜି ମା' ଭଦ୍ରକଳୀଙ୍କ ମହାକାଳୀ ବେଶ । କାଳୀପୂଜାର ଦ୍ବିତୀୟ ଦିନରେ ମଧ୍ୟ ଖାଁ ଖାଁ ଭଦ୍ରକର ପ୍ରସିଦ୍ଧ ଭଦ୍ରକାଳୀ ପୀଠ । ଅଧିକ ପଢନ୍ତୁ...

2ୟ ଦିନରେ ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ
2ୟ ଦିନରେ ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ

ଭଦ୍ରକ: ଗୁରୁବାର ଠାରୁ ପରମ ବୈଷ୍ଣବୀ ମା' ଭଦ୍ରକାଳୀଙ୍କ ଆରମ୍ଭ ହୋଇଛି ସପ୍ତମାତୃକା ବେଶ । ଏହି ସପ୍ତମାତୃକା ବେଶର ଆଜି ଦ୍ଵିତୀୟ ଦିନ । ସଦା ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ମା' ଭଦ୍ରକାଳୀ ଆଜି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

2ୟ ଦିନରେ ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ

ମହାକାଳୀ ବେଶରେ ମା' ଖଡ୍ଗ ଧାରଣ କରିବା ସହ ଲୌହ ଜିହ୍ଵା ବେଶରେ ଦୃଶ୍ୟମାନ ହେଉଛନ୍ତି । ସାଧାରଣତଃ ମା' ହେଉଛନ୍ତି ଏଠି ଶାନ୍ତ, ଶିଷ୍ଟ ତଥା କୋମନୀୟ । କିନ୍ତୁ ମହାକାଳୀ ରୂପ ଧାରଣ କରି ମା' ଭକ୍ତମାନଙ୍କୁ ଅସୁର ପ୍ରବୃତ୍ତ ପରିହାର କରି, ସତ୍ୟ ଧର୍ମ ପଥରେ ପରିଚାଲିତ ହେବାକୁ ସୂଚିତ କରାନ୍ତି । ଏହି ବେଶରେ ମାଙ୍କୁ ଦର୍ଶନ କଲେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ ବୋଲି ବିଶ୍ଵାସ ରହିଛି । ଗୁରୁବାର ପ୍ରଥମ ଦିନରେ ମା' ଭଦ୍ରକାଳୀ ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ସାତ ଦିନ ଧରି ଚାଲିବାକୁ ଥିବା ଏହି ପୂଜାରେ ପ୍ରତିଦିନ ମା’ଙ୍କ ଭିନ୍ନ ଭିନ୍ନ ବେଶର ପୂଜାର୍ଚ୍ଚନା ହେବାର ବିଧି ରହିଛି ।

ଏନେଇ ପ୍ରତିଦିନ ମା’ ଶାନ୍ତ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବାବେଳେ ଆଜି ଉଗ୍ର ରୂପ, ଯାହାକି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ତେବେ ମା’ଙ୍କ ମହାକାଳୀ ବେଶ ପାଇଁ ସକାଳୁ ପହଡ ଖୋଲିବା ପରେ ମା’ଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । କୋରୋନା କଟକଣା ମଧ୍ୟରେ କେବଳ ବିଧି ଅନୁଯାୟୀ ମା'ଙ୍କ ପୂଜା ଅନୁଷ୍ଠିତ ହେଉଛି । ମନ୍ଦିରରେ ମା'ଙ୍କ ଦର୍ଶନ ଲାଗି ଭକ୍ତମାନଙ୍କୁ ବାରଣ କରାଯାଇଛି । ମା’ଙ୍କ ମହାକାଳୀ ବେଶ ଦର୍ଶନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ । ତେବେ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ମନ୍ଦିରରେ ଗହଳି ଦେଖିବାକୁ ମିଳୁନାହିଁ । ଆସନ୍ତାକାଲି ସପ୍ତମାତୃକା ବେଶର ତୃତୀୟ ଦିନରେ ମା’ ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ରବିବାର ସିଂହବାହିନୀ, ସୋମବାର ଜଗଦ୍ଧାତ୍ରୀ, ମଙ୍ଗଳବାର ମହାସରସ୍ବତୀ ଓ ବୁଧବାର ତଥା ଶେଷ ଦିନରେ ମା’ ମହାଲକ୍ଷ୍ମୀ ବେଶରେ ପୂଜା ପାଇବେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details