ଓଡିଶା

odisha

By

Published : Sep 21, 2021, 10:54 PM IST

ETV Bharat / city

ଶୁଣିଲାନି ପ୍ରଶାସନ, ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ରାସ୍ତା ସମସ୍ୟା ନେଇ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବଗତ କଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ । ବାତ୍ୟା ୟସ ପରଠାରୁ ଲୋକେ ଯାତାୟତରେ ନେଇ ନାନାଦି ସମସ୍ୟାର ସମ୍ମୁଖୀନ ହେଇଥିଲେ । ଶେଷରେ ନିଜ ଉଦ୍ୟମରେ ଗାଁ ରାସ୍ତା ନିର୍ମାଣ କରିଛନ୍ତି । ଅଧିକ ପଢନ୍ତୁ...

ଶୁଣିଲାନି ପ୍ରଶାସନ, ରାସ୍ତା ମିର୍ମାଣ କଲେ ଗ୍ରାମବାସୀ
ଶୁଣିଲାନି ପ୍ରଶାସନ, ରାସ୍ତା ମିର୍ମାଣ କଲେ ଗ୍ରାମବାସୀ

ଭଦ୍ରକ:ଶୁଣିଲାନି ପ୍ରଶାସନ । ଶେଷରେ ନିଜ ଗାଁ ରାସ୍ତାକୁ ସମତୁଲ କରିବା ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ଅନ୍ତର୍ଗତ କୋଡ଼ବରୁଆଁ ପଞ୍ଚାୟତ ଦେଇ ଯାଇଥିବା ଆସୁରା - ସାବରଙ୍ଗ (ଆର୍‌.ଡି) ରାସ୍ତା । ଏହି 10 କିଲୋମିଟର ଲମ୍ବ ରାସ୍ତା ଉପରେ 5 ଖଣ୍ଡ ଗାଁର ଲୋକେ ନିର୍ଭର କରନ୍ତି ।

ପ୍ରତିଦିନ କୋଡ଼ଗମ୍ଭୀର, ପଲ୍ଲୀ, ପଗଡ଼, କ୍ଷୀରସାହି ଓ ଆଟୋ ଗାଁର ଲୋକେ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି । ତେବେ ପ୍ରତିଦିନ ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟାଳୟ, ସଂସ୍କୃତ ବିଦ୍ୟାଳୟ, ଚରମ୍ପା ମହାବିଦ୍ୟାଳୟ ଓ ସଂସ୍କୃତ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି । ଦୀର୍ଘ ଦିନ ଧରି କୋଡ଼ଗମ୍ଭୀର ମହାରଣା ସାହି ଛକଠାରୁ ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ 2 କିମି ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଆଉ ଏହି କଂକ୍ରିଟ୍ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି । ସେହିପରି ରାସ୍ତାରେ ଦୁଇ ପାର୍ଶ୍ବରେ ଲୁହା ରଡ୍ ବାହାରି ପଡିଥିବା ଦେଖିବାକୁ ମିଳିଛି ।

ଶୁଣିଲାନି ପ୍ରଶାସନ, ରାସ୍ତା ମିର୍ମାଣ କଲେ ଗ୍ରାମବାସୀ

ଏହା ଫଳରେ ସ୍ଥାନୀୟ ଲୋକେ ଯା ଆସ କରିବା ସମୟରେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗାଡ଼ିମୋଟର ନେଇ ଯା’ ଆସ କରିବାରେ ମୁସ୍କିଲ ହେଉଛି । ତେବେ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବିଭିନ୍ନ ଅଧିକାରୀଙ୍କ ଦ୍ବାରସ୍ଥ ହେବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ତେବେ ପୂର୍ବତନ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଗୋଟିଏ ମାସରେ ମରାମତି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ତାହା ପୂରଣ କରିପାରି ନଥିଲେ ।

ଶେଷରେ ନିଜ ଉଦ୍ୟମରେ ଗାଁର ଯୁବକମାନେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ବାଲି ଓ ସିମେଣ୍ଟ ପକାଇ ଦୁଇ କିଲୋମିଟର ରାସ୍ତା ମରାମତି କରିଛନ୍ତି । ସେପଟେ ଗ୍ରାମବାସୀଙ୍କ କହିବା ଅନୁସାରେ ବାତ୍ୟା ୟସ ଠାରୁ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଏନେଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details