ଓଡିଶା

odisha

ETV Bharat / city

ଜବରଦଖଲ ଉଚ୍ଛେଦକୁ ନେଇ ମରଣାନ୍ତକ ଆକ୍ରମଣ, ଘଟଣାସ୍ଥଳରେ RI ଅଟକ - RI detained by Villagers

ଜବରଦଖଲ ଉଚ୍ଛେଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ। ଘଟଣାସ୍ଥଳକୁ ଯାଇଥିବା RIଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଆଇଆଇସି ଓ ତହସିଲଦାରଙ୍କ ବୁଝାସୁଝା ପରେ ମଧ୍ୟ ମୁକୁଳି ପାରିଲେ ନାହିଁ RI । କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଲେ ଗ୍ରାମବାସୀ । ଅଧିକ ପଢନ୍ତୁ....

ଜବରଦଖଲ ଉଚ୍ଛେଦକୁ ନେଇ ମରଣାନ୍ତକ ଆକ୍ରମଣ, RIଙ୍କୁ ଅଟକ ରଖିଲେ ଗ୍ରାମବାସୀ
ଜବରଦଖଲ ଉଚ୍ଛେଦକୁ ନେଇ ମରଣାନ୍ତକ ଆକ୍ରମଣ, RIଙ୍କୁ ଅଟକଜବରଦଖଲ ଉଚ୍ଛେଦକୁ ନେଇ ମରଣାନ୍ତକ ଆକ୍ରମଣ, RIଙ୍କୁ ଅଟକ ରଖିଲେ ଗ୍ରାମବାସୀ ରଖିଲେ ଗ୍ରାମବାସୀ

By

Published : Sep 16, 2021, 9:57 PM IST

ଭଦ୍ରକ:ଜବରଦଖଲ ଉଚ୍ଛେଦକୁ କେନ୍ଦ୍ର କରି ଜଣଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ଆହତ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର । ପ୍ରତିବାଦରେ ଘଟଣାସ୍ଥଳକୁ ଯାଇଥିବା ମହିଳା ରାଜସ୍ବ ନିରୀକ୍ଷକଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଦୋଳସାହି ପଞ୍ଚାୟତ ଅଧୀନ ଗଣ୍ଡପଡାରେ । ଏହି ଆକ୍ରମଣରେ ଜବରଦଖଲ ଉଚ୍ଛେଦ ପାଇଁ ଅଭିଯୋଗ କରିଥିବା ଗ୍ରାମର କେଶବ ସେନାପତି ଗୁରୁତର ଆହତ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତାଙ୍କ ହାତ ଗୋଡ ଭାଙ୍ଗି ଥିବାବେଳେ ମୁଣ୍ଡରେ ଗଭୀର କ୍ଷତ ହୋଇ ରକ୍ତସ୍ରାବ ହେଉଥିବା କୁହାଯାଉଛି। ଏଥିସହ ବାପାକୁ ବଞ୍ଚାଇବା ଲାଗି ଘଟଣାସ୍ଥଳକୁ ଯାଇଥିବା କେଶବଙ୍କ ଝିଅ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି । ଏହାର ପ୍ରତିବାଦରେ ଗ୍ରାମବାସୀ ମିଳିତ ଭାବେ ଦୋଳସାହି ଆରଆଇଙ୍କୁ ତାଲା ପକାଇ ଗ୍ରାମର ଅଷ୍ଟମ ପ୍ରହରୀ ମଣ୍ଡପ ଘରେ ଅଟକ ରଖିଥିବା ଜଣାଯାଇଛି ।

ଜବରଦଖଲ ଉଚ୍ଛେଦକୁ ନେଇ ମରଣାନ୍ତକ ଆକ୍ରମଣ, RIଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଘଟଣା ପରେ ପ୍ରଶାସନ ବିରୋଧରେ ନାରାବାଜି କରି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଖବର ପାଇ ତହସିଲଦାର ଓ IICଙ୍କ ସମେତ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ମଧ୍ୟ RI ଇତିଶ୍ରୀ ଖଟୁଆଙ୍କୁ ଉଦ୍ଧାର କରାଯାଇ ନ ଥିବା ଜଣାଯାଇଛି । ଘଟଣାସ୍ଥଳରେ ଶହଶହ ପୁରୁଷ ଓ ମହିଳାଙ୍କ ଭିଡ ଜମିଛି । ଜବରଦଖଲ ଉଚ୍ଛେଦ ସହିତ ଆକ୍ରମଣକାରୀଙ୍କୁ ଗିରଫ କରା ନ ଯିବା ପର୍ଯ୍ୟନ୍ତ ଆରଆଇଙ୍କୁ ଛଡାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

ଏଠାରେ ସୂଚନା ଥାଉକି, ଏହି ଗାଁର ନୃସିଂହ ବେହେରା ନାମକ ଜଣେ ବ୍ୟକ୍ତି ଗ୍ରାମ ରାସ୍ତାକୁ ଅବରୋଧ କରି ଘର କରିଥିବା ନେଇ 4 ବର୍ଷ ଧରି ଅଭିଯୋଗ ହୋଇଆସୁଛି। ଜବରଦଖଲ ଉଚ୍ଛେଦ ପାଇଁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ତୃଟିପୂର୍ଣ୍ଣ ପଦକ୍ଷେପ ହେଉଥିବାରୁ ଗ୍ରାମବାସୀ ବିଭିନ୍ନ ସମୟରେ ପ୍ରତିବାଦ, ଗଣଧାରଣା ଓ ଆମରଣ ଅନଶନ କରିଆସୁଛନ୍ତି । ତେବେ କୋର୍ଟରେ ବିଭିନ୍ନ ମକଦ୍ଦମା ଚାଲୁ ରହିଥିବାବେଳେ ଗ୍ରାମବାସୀଙ୍କ ପୁଞ୍ଜୀଭୁତ ଅସନ୍ତୋଷ ବୃଦ୍ଧି ପାଉଛି। ବିଶେଷ କରି ପୂର୍ବତନ ତହସିଲଦାର ଓ ଦୋଳସାହି RIଙ୍କୁ ଅଭିଯୋଗକାରୀ ଗ୍ରାମବାସୀ ଦାୟୀ କରିଛନ୍ତି । ତେବେ ଆଜି ସେହି ଆରଆଇଙ୍କ ଉପସ୍ଥିତିରେ ଏପରି ମରଣାନ୍ତକ ଆକ୍ରମଣ ଘଟିଥିବାବେଳେ ପ୍ରଶାସନ ବିରୋଧରେ ଗ୍ରାମବାସୀଙ୍କ ପୁଞ୍ଜୀଭୂତ ଅସନ୍ତୋଷର ଝଲକ ଦେଖିବାକୁ ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details