ଓଡିଶା

odisha

ETV Bharat / city

ବୁଲବୁଲ ଦୁଃଖ; ଭଦ୍ରକରେ ସ୍ଥିତି ସମୀକ୍ଷା କଲେ ଆରଡିସି

ବୁଲବୁଲ ପ୍ରଭାବରେ ଏବେ ଚାଷୀ ମୁଣ୍ଡରେ ଚଡକ। ଏହାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଚାନ୍ଦବାଲି ରେ ପହଁଞ୍ଚିଛନ୍ତି ଆରଡିସି ଅନିଲ କୁମାର ସାମଲ। ଅଧିକ ପଢନ୍ତୁ...

By

Published : Nov 10, 2019, 5:26 PM IST

Updated : Nov 10, 2019, 6:16 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଓଡିଶା ଠାରୁ ଦୂରେଇ ଯାଇଛି ବୁଲବୁଲ । ହେଲେ ଛାଡି ଯାଇଛି ଅନେକ ଦୁଃଖ। ବୁଲବୁଲ ପ୍ରଭାବରେ ଏବେ ଚାଷୀ ମୁଣ୍ଡରେ ଚଡକ। ଏହାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଚାନ୍ଦବାଲି ରେ ପହଁଞ୍ଚିଛନ୍ତି ଆରଡିସି ଅନିଲ କୁମାର ସାମଲ। ଶନିବାର ଠାରୁ ଆରଡିସି ଭଦ୍ରକ ଠାରେ ପହଞ୍ଚିଥିବା ଜଣାପଡ଼ିଛି।

ପ୍ରଥମେ ସେ ଭାଟପଡ଼ା ପଞ୍ଚାୟତର ସେରପୁର ଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ତାଙ୍କ ସହିତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ ବୁଲବୁଲ ପ୍ରଭାବରେ ଜିଲ୍ଲାରେ ଥିବା 79.20 ହଜାର ହେକ୍ଟର ଚାଷ ଜମିରେ ପାଣି ପଶିଥିବା ପ୍ରାଥମିକ ଆକଳନରୁ ଜଣାପଡିଛି। ସେଥିମଧ୍ୟରୁ 51.275 ହଜାର ହେକ୍ଟର ଜମିରେ 32 ପ୍ରତିଶତ ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ 22.884 ହଜାର ହେକ୍ଟର ଜମିରେ 50 ପ୍ରତିଶତ ଜମି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।

ଏଥିସହ ଚାନ୍ଦବାଲି, ଧାମରା ଓ ବାସୁଦେବପୁର ଅଞ୍ଚଳରେ 90ଟି 11 କେଭି ଖୁଣ୍ଟ, 222 ଟି ଏଲଟି ଖୁଣ୍ଟ ପ୍ରଭାବିତ ହୋଇଥିବା ଦୃଷ୍ଟିରୁ ଏହି ସବୁ ଅଞ୍ଚଳରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ତେବେ ଦିନେ କି ଦୁଇ ଦିନ ମଧ୍ୟରେ ବିଦ୍ୟୁତ ସରବରାହ ବ୍ୟବସ୍ଥା ସ୍ବାଭାବିକ ହେବ ବୋଲି ଆରଡିସି ସୂଚନା ଦେଇଛନ୍ତି। ଏହାବ୍ୟତୀତ ପାଖାପାଖି 300 ରାସ୍ତା ଓ 220ଟି ଗଛ ବୁଲବୁଲ ପ୍ରଭାବରେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ଭଦ୍ରକରେ ସ୍ଥିତି ସମୀକ୍ଷା କଲେ ଆରଡିସି

ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଥିବାରୁ ଖୁବଶୀଘ୍ର ଏହି ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ଆରଡିସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଭଦ୍ରକର ସମ୍ପୂର୍ଣ୍ଣ ସ୍ଥିତି ଅନୁଧ୍ୟାନ କରିବା ପରେ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆରଡିସି ଜିଲ୍ଲା ମୁଖ୍ୟାଳୟରୁ ଅବଗତ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Nov 10, 2019, 6:16 PM IST

ABOUT THE AUTHOR

...view details