ଓଡିଶା

odisha

ETV Bharat / city

ପବିତ୍ର କାଳୀପୂଜା; ବେଦମାତା ବେଶରେ ଦର୍ଶନ ଦେଉଛନ୍ତି ମାଆ ଭଦ୍ରକାଳୀ - bhadrak kalipuja

ଆଜି ପବିତ୍ର କାଳୀପୂଜା। ମାଆ ଭଦ୍ରକାଳୀଙ୍କ ପୀଠ ଉତ୍ସବମୁଖର। ଆଜି ଠାରୁ ନଭେମ୍ବର 2 ତାରିଖ ପର୍ଯ୍ୟନ୍ତ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ।

ଡିଜାଇନ ଫଟୋ

By

Published : Oct 27, 2019, 8:31 PM IST

ଭଦ୍ରକ: ଆଜି ପବିତ୍ର କାଳୀପୂଜା । ମାଆ ଭଦ୍ରକାଳୀଙ୍କ ଶକ୍ତି ପୀଠ ଉତ୍ସବମୁଖର । ଆଜି ଠାରୁ ମାଆ ସାତ ଦିନ ପର୍ଯ୍ୟନ୍ତ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ପ୍ରଥମ ଦିନରେ ମାଆ ଭଦ୍ରକାଳୀ ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆହାର ପଦା ଘାଟରୁ କଳସ ଯାତ୍ରା ପରେ ପୀଠରେ ଘଟ ସ୍ଥାପନ ସହ ଆରମ୍ଭ ହୋଇଛି ଶତଚଣ୍ଡୀ ପାଠ, ଦୀପ ଯଜ୍ଞ ସହ ବିଶ୍ଵଶାନ୍ତି ମହାଯଜ୍ଞ।

ଭୟ ହାରିଣୀ ମାଆ ଭଦ୍ରକାଳୀ । ପ୍ରାଚୀନ ଶକ୍ତିପୀଠ ମଧ୍ୟରୁ ମାଆ ଭଦ୍ରକାଳୀ ପୀଠ ପୁରାଣ ପ୍ରସିଦ୍ଧ । ପବିତ୍ର ଜଳରାଶି ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ ଏହି ପୀଠରେ ମାଆ ସଦା ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ହେଲେ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ପରମ ବୈଷ୍ଣବୀ ମାଆ ଭଦ୍ରକାଳୀ ଆଜି ଠାରୁ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଶୁଭାଧିବାସ, ମାନସିକ ଧାରୀ କଳସ ଶୋଭାଯାତ୍ରା, ଘଟସ୍ଥାପନ, ଶତଚଣ୍ଡୀ ପାଠ, ବିଶ୍ଵ ଶାନ୍ତି ମହାଯଜ୍ଞ ସହ ଆରମ୍ଭ ହୋଇଛି ମାଆଙ୍କ ସପ୍ତଦିବସ ବ୍ୟାପୀ ବିଶେଷ ପୂଜା ରୀତିନୀତି । ପ୍ରଥମ ଦିନରେ ଆଜି ମା ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏହି ବେଶ ଦର୍ଶନ କଲେ ଦିବ୍ୟ ଜ୍ଞାନ ଅର୍ଜନ ସହିତ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ଵାସ ରହିଛି ।

ପବିତ୍ର କାଳୀପୂଜା; ବେଦମାତା ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ

ଏହି ପ୍ରସିଦ୍ଧ ଶକ୍ତି ପୀଠରେ କାଳିପୂଜାର ପରମ୍ପରା ବେଶ ନିଆରା । ସାତ ଦିନ ଧରି ଚାଲିବାକୁ ଥିବା ଏହି ପୂଜା ରୀତିନୀତିର ପୂର୍ଣ୍ଣାହୁତି ନଭେମ୍ବର ଦୁଇ ତାରିଖରେ ହେବ । ପୂଜାକୁ ଦୃଷ୍ଟିରେ ରଖି ଦିପଇସା ରୋଜଗାର କରିବା ପାଇଁ ଅନେକ ଉଠା ଦୋକାନୀ ସେମାନଙ୍କ ପସରା ମେଲାଇ ବସିଛନ୍ତି । ସେପଟେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଟି ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି।

ତେବେ ସାତ ଦିନରେ ବେଦମାତା, ମହାକାଳୀ, ରାଜ ରାଜେଶ୍ବରୀ, ସିଂହ ବାହିନୀ, ଜଗଧାତ୍ରୀ, ମହା ସରସ୍ଵତୀ ଏବଂ ଶେଷରେ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details