ଓଡିଶା

odisha

ETV Bharat / city

ବଢୁଛି ଘୋଡାହାଡ ଜଳଭଣ୍ଡାରର ଜଳସ୍ତର, ନଦୀ ତଳିଆ ଗାଁକୁ ସତର୍କ ସୂଚନା

ବଢୁଛି ଘୋଡାହାଡ ଡ୍ୟାମ୍‌ର ଜଳସ୍ତର । ସ୍ପିଲୱେ ଦେଇ ଛଡାଯିବ ବନ୍ୟାଜଳ । ତେବେ ନଦୀ ତଟବର୍ତ୍ତୀ ଗ୍ରାମବାସୀଙ୍କୁ ସତର୍କ ସୂଚନା ଜାରି ହୋଇଛି । ଅଧିକ ପଢନ୍ତୁ..

By

Published : Oct 14, 2020, 7:08 AM IST

ବଢୁଛି ଘୋଡାହଡ ଜଳଭଣ୍ଡାରର ଜଳସ୍ତର, ତଳିଆ ଗାଁକୁ ସତର୍କ ସୂଚନା
ବଢୁଛି ଘୋଡାହଡ ଜଳଭଣ୍ଡାରର ଜଳସ୍ତର, ତଳିଆ ଗାଁକୁ ସତର୍କ ସୂଚନା

ବ୍ରହ୍ମପୁର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ପ୍ରଭାବରେ ଦିଗପହଣ୍ଡିର ଘୋଡାହାଡ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଏଥିପାଇଁ ନଦୀ ତଳିଆ ଗ୍ରାମକୁ ସତର୍କ ସୂଚନା ଦିଆଯାଇଛି ।

ବଢୁଛି ଘୋଡାହଡ ଜଳଭଣ୍ଡାରର ଜଳସ୍ତର, ତଳିଆ ଗାଁକୁ ସତର୍କ ସୂଚନା

ଦିଗପହଣ୍ଡି ବ୍ଲକ ଖମ୍ବାରି ଗାଁ ନିକଟରେ ଥିବା ଘୋଡାହାଡ ଡ଼୍ୟାମରେ କ୍ରମଶଃ ଜଳପତ୍ତନ ବୃଦ୍ଧି ପାଉଥିବା ବେଳେ ସଂନ୍ଧ୍ୟା ସୁଦ୍ଧା ପ୍ରବାହିତ ଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଯାହା ଫଳରେ ଘୋଡାହାଡ ନଦୀକୂଳିଆ ଗ୍ରାମର ଲୋକମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଗତ ଦୁଇଦିନ ମଧ୍ୟରେ ଗଞ୍ଜାମ, ଗଜପତି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ସୋମବାର ସକାଳ ୬ ଘଣ୍ଟା ସମୟଠାରୁ ମଙ୍ଗଳବାର ସକାଳ ୬ ଟା ଅର୍ଥାତ୍ ୨୪ ଘଣ୍ଟା ମଧ୍ୟରେ ଘୋଡାହାଡ ଅଞ୍ଚଳରେ ୮୩ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ମଙ୍ଗଳବାର ସକାଳ ଠାରୁ ସଂନ୍ଧ୍ୟା ସାଢେ଼ ୭ ଟା ସୁଦ୍ଧା ୮୫ ମିଲିମିଟର ବର୍ଷା ହୋଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି ।

ଏହି ଡ଼୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ରହିଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ସାଢ଼େ ୭ ଟା ସୁଦ୍ଧା ଜଳପତ୍ତନ ୧୧୬.୫୦ ମିଟରରେ ପହଞ୍ଚିଛି । ଡ଼୍ୟାମର ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗି ରହିଥିବାରୁ ଅନ୍ୟାନ୍ୟ ଶାଖା ନଦୀ ମାନଙ୍କରୁ ମଙ୍ଗଳବାର ସଂନ୍ଧ୍ୟା ସୁଦ୍ଧା ସେକେଣ୍ଡ ପ୍ରତି ୧୦୦ କ୍ୟୁବିକ ବନ୍ୟାଜଳ ଡ଼୍ୟାମ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ଡ଼୍ୟାମର ଜଳପତ୍ତନ କ୍ରମଶଃ ବଢ଼ିବାରେ ଲାଗିଛି ।

ତେବେ ରାତି ୧୦ ଟା ସୁଦ୍ଧା ପରିସ୍ଥିତିକୁ ଦୃଷ୍ଟିରେ ରଖି ଡ଼୍ୟାମରୁ ଯେ କୌଣସି ମୁହୂର୍ତ୍ତରେ ସ୍ପିଲୱେ ଦେଇ ୫୦ କ୍ୟୁମିକ ବନ୍ୟା ଜଳ ନିଷ୍କାସନ କରାଯିବ ବୋଲି ଜଳସେଚନ କାର୍ଯ୍ୟାଳୟ ଉପନିର୍ବାହୀ ଯନ୍ତ୍ରୀ ଇଂ. ଏ.ଗୋପାଳ ରାଓ କହିଛନ୍ତି । ଫଳରେ ଘୋଡାହାଡ ନଦୀ ତଟବର୍ତ୍ତୀ ସେବକ . ଟିକରପଡ଼ା, ଗୋଲଣ୍ଡା , ବୋରିପଦର , ମଧୁବନ , ପେଣ୍ଠା , ନୁଆଗଡ, କଇଠଖଣ୍ଡି , ତଲାସିଙ୍ଗି, ଗୁମ୍ମା , ଜକମରିପଲ୍ଲି, ଜଲମରିପଲ୍ଲି, ମଳାଭଣଜା, ଖୁଲୁଡି, ତିଳେଶ୍ବର, ନୂଆଗଡ, ଲୁଣିଲାଠି, ଆମ୍ବଗାଁ, ଜଲମରା, ମହାନଳା, ପାଟପୁର, ପଳାସପୁର, ଭୋଇପଲ୍ଲି , ପନାଡ ପ୍ରଭୃତି ଗ୍ରାମଗୁଡିକରେ ଘୋଡାହାଡ ଉପଖଣ୍ଡ ଜଳସେଚନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ନଦୀ ମଧ୍ୟକୁ କୌଣସି ବ୍ୟକ୍ତି ଗାଧୋଇବା କିମ୍ବା ଶୌଚ ପାଇଁ ଯିବାକୁ ବାରଣ କରାଯାଇଛି । ଏପରିକି ଗୃହପାଳିତ ପ୍ରାଣୀମାନଙ୍କୁ ନଦୀ ମଧ୍ୟକୁ ନଛାଡିବା ପାଇଁ ସତର୍କ ସୂଚନା ଜାରି କରାଯାଇଥିବା ସହକାରୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ ସୂଚନା ଦେଇଛନ୍ତି ।

ଏହି ସମୟରେ କର୍ମଚାରୀ ପ୍ରଦୀପ ମହାନ୍ତି ସମେତ ସ୍ଥାନୀୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରୁଥିବା ଜଣାପଡିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details