ବ୍ରହ୍ମପୁର:ସାତ ଜନ୍ମର ସାଥୀ ସାଜିଲା ସୈତାନ । ସାମାନ୍ୟ ବଚସାକୁ ନେଇ ପତ୍ନୀକୁ କଲା ଏସିଡ ମାଡ । ଜୀବନର ନାୟକ ହୋଇ ଖଳନାୟକ ଖେଳ ଖେଳିଲା ପିଶାଚ ସ୍ବାମୀ । ଯେଉଁ ହାତରେ ଦିନେ ହାତଗଣ୍ଠି ପଡିଥିଲା ଓ ସୁରକ୍ଷା ଦେବାକୁ କଥା ଦେଇଥିଲା ସେହି ହାତ ଆଜି ଏସିଡ୍ ପିଙ୍ଗିବାକୁ ବି ପଛାଇଲା ନାହିଁ । ଗଞ୍ଜାମ ଜିଲ୍ଲାର ବଡଗଡ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଛବିତା ୭ ମାସର ଗର୍ଭବତି ଥିବା ବେଳେ ଶ୍ବଶୁର ଘର ଛାଟି ନିଜ ଗାଁକୁ ଯାଇଥିଲେ । କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବଚସା ହେବାକୁ ଅପ୍ରେଲ ୬ ତାରିଖରେ ଛବିତା ପୋଖରୀରୁ ସ୍ନାନ କରି ଫେରୁଥିବା ସମୟରେ ସ୍ୱାମୀ ଛବିତାଙ୍କ ଉପରେ ଏସିଡ୍ ଢାଳି ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗ ପରେ ସ୍ବାମୀର ଟେର ପାଇନି ପୋଲିସ । ଫଳରେ ନିଜେ ପ୍ରେମିକା ସହ ସ୍ବାମୀ ଫେରାର ହୋଇଥିବା ଅଭିଯୋଗ କରିଛନ୍ତି ଛବିତା ।