ବ୍ରହ୍ମପୁର: ନିଜର ପାରମ୍ପରିକ ଓ କୌଳିକ ଜୀବିକା ମାଧ୍ୟମରେ ମହିଳାମାନଙ୍କୁ କରାଯାଉଛି ସଶକ୍ତିକରଣ । ସରକାରଙ୍କ ମୁକ୍ତା ଯୋଜନାରେ ଯୋଗାଇ ଦିଆଯାଉଛି ପାରମ୍ପରିକ ପନ୍ଥାକୁ ଆପଣାଇବାର ସୁଯୋଗ । ମୁଖ୍ୟତଃ ଏହି ଯୋଜନା ଦ୍ୱାରା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ନିଜେ ଦୁଇ ପଇସା ରୋଜଗାର କରିବା ସାଙ୍ଗକୁ କୌଳିକ ବୃତ୍ତିକୁ ମଧ୍ୟ ଜୀବନ୍ତ କରି ରଖିବାରେ ସକ୍ଷମ ହେଉଛନ୍ତି ।
ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରେ ଏମାନଙ୍କୁ ବ୍ରହ୍ମପୁର ସହରରେ ପୁଣି ଥରେ ଯୋଗାଇ ଦିଆଯାଉଛି ସେମାନଙ୍କ ପାରମ୍ପରିକ କାର୍ଯ୍ୟ । ମୁଖ୍ୟତଃ ସରକାରଙ୍କ ଏହି ନୂତନ ଯୋଜନାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ବିନା ଟେଣ୍ଡରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ ହାତକୁ ନେଇ ପାରୁଛନ୍ତି । ବ୍ରହ୍ମପୁର ସହରରେ ଏହାକୁ ନେଇ ତିନୋଟି ଏସ୍ଏଚଜି ଗ୍ରୁପକୁ ମହାନଗର ନିଗମ ପକ୍ଷରୁ ଯୋଗାଇ ଦିଆଯାଇଛି ଟ୍ରି-ଗାର୍ଡ ନିର୍ମାଣ କାର୍ଯ୍ୟ । ପ୍ରଥମେ ୧୦ ଜଣ ମହିଳାଙ୍କୁ ନେଇ ଗୋଟିଏ ଲେଖାଏଁ ରେସିଡେଣ୍ଟାଲ୍ ୱେଲଫର୍ ଆସୋସିଏସନ୍ ଗଠନ କରାଯାଇ ସେମାନଙ୍କ କୌଳିକ ବୃତ୍ତି ଅନୁଯାୟୀ କାର୍ଯ୍ୟ ଯୋଗାଇ ଦିଆଯାଉଛି ।