ବ୍ରହ୍ମପୁର: ସହର ଉପକଣ୍ଠ ପଲ୍ଲୀଗୁମୁଲା ଗ୍ରାମ ନୂଆବନ୍ଧ ନିକଟରୁ ଦୁଇଟି ଅଜଗର ସାପକୁ ଉଦ୍ଧାର କରାଯାଇଛି। ନୂଆ ବନ୍ଧର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବା ବେଳେ ଜେସିବି ମେସିନ ଦ୍ବାରା ପାଣି ବାହାର କରିବାକୁ ନାଳ ଖୋଲା ଯାଉଥିଲା। ଉକ୍ତ ନାଳ ଖୋଲିବା ସମୟରେ ଗୋଟିଏ ବଡ଼ ପାଇପ ମଧ୍ୟରୁ ଦୁଇଟି ଅଜଗର ସାପ ବାହାରକୁ ଆସିଥିଲେ। ଗୋଟିଏ ସାତ ଫୁଟର ଅଜଗରକୁ ଜେସିବି ଚାଳକ କୌଶଳ କ୍ରମେ ଗାଡିର ଶୁଣ୍ଢରେ ଦାବି ରଖିଥିଲେ।
ଜେସିବି ଇଞ୍ଜିନରୁ 2ଟି ଅଜଗର ଉଦ୍ଧାର - ବ୍ରହ୍ମପୁର ପଲ୍ଲୀଗୁମୁଲା ଗ୍ରାମ
ଜେସିବି ଇଞ୍ଜିନ ମଧ୍ୟରୁ ୧୧ ଫୁଟର ଅଜଗର ସମେତ ଦୁଇଟି ଅଜଗର ସର୍ପ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ..
ଅନ୍ୟ ଗୋଟିଏ ସାପ ଗାଡିର ଇଞ୍ଜିନ ମଧ୍ୟରେ ପ୍ରବେଶ କରିଥିଲେ। ଏହା ପରେ ସ୍ନେକ ହେଲପ ଲାଇନକୁ ଜଣାଯାଇଥିଲା। ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ବାଧୀନ କୁମାର ସାହୁ ତାଙ୍କ ସହଯୋଗୀ ଶ୍ରୀକାନ୍ତ ନାହାକ ଓ ସନ୍ଦୀପ ସେଠୀ ପ୍ରମୁଖ ପହଞ୍ଚି ପ୍ରଥମେ ସାତ ଫୁଟର ଅଜଗର ସାପକୁ ଉଦ୍ଧାର କରିଥିଲେ। ଏହା ପରେ ଦୀର୍ଘ ତିନି ଘଣ୍ଟାର ପରିଶ୍ରମ ପରେ ଅନ୍ୟ ଗୋଟିଏ ଅଜଗର , ଯାହାର ଲମ୍ବ ୧୧ଫୁଟ ତାକୁ ଉଦ୍ଧାର କରିଛନ୍ତି। ଶେଷରେ ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନଙ୍କୁ ତାଙ୍କର ନିଷ୍ଠାପର ସେବା ଓ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଛନ୍ତି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ