ଓଡିଶା

odisha

ETV Bharat / city

ବ୍ରହ୍ମପୁରରେ ବନମହୋତ୍ସବର ଶୁଭାରମ୍ଭ

ଆଗାମୀ ଏକ ସପ୍ତାହ ଧରି ସହରର ବିଭିନ୍ନ ସ୍ଥାନରେ ବିଡିଏ(ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ) ପକ୍ଷରୁ ଆୟୋଜିତ ହେବ ବନ ମହୋତ୍ସବ । ଜିଲ୍ଲାକୁ ସବୁଜ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Jul 1, 2019, 8:13 PM IST

Updated : Jul 1, 2019, 8:36 PM IST

ବ୍ରହ୍ମପୁର: ଆଗାମୀ ଏକ ସପ୍ତାହ ଧରି ସହରର ବିଭିନ୍ନ ସ୍ଥାନରେ ବିଡିଏ(ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ) ପକ୍ଷରୁ ଆୟୋଜିତ ହେବ ବନ ମହୋତ୍ସବ । ଜିଲ୍ଲାକୁ ସବୁଜ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ପ୍ରଥମ ଦିନରେ ବୃକ୍ଷରୋପଣ କରି ମହୋତ୍ସବର ଶୁଭାରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବନ ମହୋତ୍ସବର ପ୍ରଥମ ଦିବସରରେ ଖଲ୍ଲିକୋଟ କଲେଜ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡିଏ ପକ୍ଷରୁ ବୃକ୍ଷରୋପଣ କରାଯାଇଛି । ଏହି ଅବସରରେ ଷ୍ଟାଡିୟମ ପରିସରରେ ପ୍ରାୟ ୫୦ରୁ ଅଧିକ ବିଭିନ୍ନ କିଷମର ବୃକ୍ଷ ଲଗାଯାଇଛି । ବୃକ୍ଷ ଲଗାଯିବା ସହ ପିଲାଟିଏ ଗଛଟିଏ ଏବଂ ଗୋଟିଏ ଗଛ ଅନେକ ଜୀବନ ଏପରି ବିଭିନ୍ନ ନାରା ଦିଆଯାଇଛି ।

କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମହାନଗର ଡେପୁଟି କମିଶନର ସୌରେନ୍ଦ୍ର ରାଉତରାୟଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jul 1, 2019, 8:36 PM IST

ABOUT THE AUTHOR

...view details