ବ୍ରହ୍ମପୁର: ସୁରଟ ଫେରନ୍ତା ପ୍ରବାସୀ ଓଡିଆଙ୍କ ମଧ୍ୟରୁ ଗଞ୍ଜାମର ତୃତୀୟ ପଜେଟିଭ ତଥା ରାଜ୍ୟର 170 ନମ୍ବର ଆକ୍ରାନ୍ତଙ୍କ ଆସିଛି ଟ୍ରାଭେଲ ହିଷ୍ଟ୍ରି । ଆକ୍ରାନ୍ତ ଜଣଙ୍କ 18 ବର୍ଷୀୟ ହୋଇଥିବାବେଳେ ତାଙ୍କ ଘର ବୁଗୁଡା ଶ୍ରୀରାମନଗର ଅଞ୍ଚଳରେ ।
170 ନମ୍ବର କୋରୋନା ପଜେଟିଭଙ୍କ ଆସିଲା ଟ୍ରାଭେଲ ହିଷ୍ଟ୍ରି - travel history
ସୁରଟ ଫେରନ୍ତା ପ୍ରବାସୀ ଓଡିଆଙ୍କ ମଧ୍ୟରୁ ଗଞ୍ଜାମର ତୃତୀୟ ପଜେଟିଭ ତଥା ରାଜ୍ୟର 170 ନମ୍ବର ଆକ୍ରାନ୍ତଙ୍କ ଆସିଛି ଟ୍ରାଭେଲ ହିଷ୍ଟ୍ରି । ଅଧିକ ପଢନ୍ତୁ...

170 ନମ୍ବର କୋରୋନା ପଜେଟିଭଙ୍କ ଆସିଲା ଟ୍ରାଭେଲ ହିଷ୍ଟ୍ରି
ସେ ଗତ 2 ତାରିଖରେ ସ୍ବତନ୍ତ୍ର ବସ୍ ଯୋଗେ 69 ଜଣ ସହଯାତ୍ରୀଙ୍କ ସହ ସୁରଟରୁ ଫେରିଥିଲେ । ବ୍ରହ୍ମପୁର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକର ଆଙ୍କୁଶପୁର କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ। ଗତ 4 ତାରିଖରେ ତାଙ୍କ ସ୍ବାବ ସଂଗ୍ରହ ହୋଇଥିଲା । ପରେ ତାଙ୍କ ରିପୋର୍ଟ ପଜେଟିଭ ଆସିଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀ କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ