ଓଡିଶା

odisha

ETV Bharat / city

ଭୁଶୁଡିଲା ଗୋପାଳପୁର ବେଳାଭୂମିରେ ନିର୍ମାଣଧୀନ ଶୌଚାଳୟ - building collapsed

ଗୋପାଳପୁର ବେଳାଭୂମିରେ ଭୁଶୁଡିଲା ନିର୍ମାଣଧୀନ ଶୌଚାଳୟ । ଦିନକୁ ଦିନ ସମୁଦ୍ରକୂଳ ଲଙ୍ଘୁ ଥିବାବେଳେ କିଭଳି ବେଳାଭୂମି ଶୌଚାଳୟ ନିର୍ମାଣ କରାଗଲା, ସେନେଇ ନାନା ପ୍ରଶ୍ନ ସୃଷ୍ଟି କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Sep 7, 2019, 12:39 PM IST

ବ୍ରହ୍ମପୁର: ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ଦ୍ବାରା ଆରମ୍ଭ ହୋଇଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମକୁ ଝଟକା । ନିର୍ମାଣଧିନ ଅବସ୍ଥାରେ ଭୁଶୁଡିଲା ଶୌଚାଳୟ । ସୌନ୍ଦର୍ଯ୍ୟକରଣ ଲାଗି 14 ଲକ୍ଷ ଟଙ୍କା ବ୍ୟୟ ହୋଇଥିବାବେଳେ 67 ଲକ୍ଷ ଅନୁଦାନରେ ଶୌଚାଳୟ ନିର୍ମାଣ କରାଯାଇଥିଲା । ଏଥିସହ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ଯୋଜନା ମଧ୍ୟ ଗ୍ରହଣ କରାଯାଇଥିଲା । କିନ୍ତୁ ଏହା ଭୁଶୁଡିବା ପରେ ଏବେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଗୋପାଳପୁର ବେଳାଭୂମି । ଏହାର ସୌନ୍ଦର୍ଯ୍ୟକରଣ ବୃଦ୍ଧି ନେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ । ଅତ୍ୟାଧୁନିକ ଗାଧୁଆ ଗୃହ ସହିତ ଶୌଚାଳୟ ନିର୍ମାଣ କରାଯାଉଥିଲା । ଆଉ ଏଥି ପାଇଁ ବ୍ୟୟ କରାଯାଇଥିଲା 14 ଲକ୍ଷ ଟଙ୍କା । ବେଳାଭୂମିକୁ ଲାଗି ରହିଥିବା ବତୀ ଘର ପାର୍ଶ୍ବରେ ଶୌଚାଳୟ ନିର୍ମାଣ କରାଯାଇଥିଲା । କିନ୍ତୁ କାର୍ଯ୍ୟ ଶେଷ ହେବା ପୂର୍ବରୁ ସମୁଦ୍ର ଜୁଆର ମାଡରେ ଏହା ଦବି ଯିବା ସହିତ ଗୋଟିଏ ପାର୍ଶ୍ବ ଭୁଶୁଡିଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ତେବେ ଏଠି ପ୍ରଶ୍ନ ଉଠୁଛି ସମୁଦ୍ରକୂଳ ଠାରୁ ମାତ୍ର ୨୦ ମିଟର ଦୂରରେ ହାଇଟାଇଡ୍ ଅଞ୍ଚଳ ଭଳି କିପରି ନିର୍ମାଣ କାର୍ଯ୍ୟ କରିବାକୁ ଅନୁମତି ମିଳିଲା । ଅନ୍ୟପଟେ ଗତ କିଛି ଦିନ ଧରି ରାମେୟାପାଟଣା ଠାରୁ ଗୋପାଳପୁର ମଧ୍ୟରେ ସମୁଦ୍ରକୂଳ ଲଙ୍ଘିବା ସହ ବେଳାଭୂମିର ୧୫ ମିଟର ଉଚ୍ଚର ବାଲୁକା କ୍ଷୟ ହୋଇଥିବା ଦେଖାଯାଇଛି । ସେପଟେ ଏହି ଘଟଣାରେ ବିଡିଏ ପକ୍ଷରୁ ଏହାକୁ ଅନ୍ୟ କେଉଁ ସ୍ଥାନରେ ଏହି ଶୌଚାଳୟ ନିର୍ମାଣ କରିବ ବୋଲି କହିଛନ୍ତି ଉପାଧ୍ୟକ୍ଷ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details