ଓଡିଶା

odisha

ବ୍ରହ୍ମପୁର ଆଇଟିଆଇ କାର୍ଯ୍ୟଶୈଳୀକୁ ଅନୁଧ୍ୟାନ କଲେ ବିହାରର ଟିମ

ବ୍ରହ୍ମପୁର ସରକାରୀ ଆଇଟିଆଇ କାର୍ଯ୍ୟଶୈଳୀକୁ ଅନୁଧ୍ୟାନ କରିଛନ୍ତି ବିହାରରୁ ଆସିଥିବା ସ୍ବତନ୍ତ୍ର ପ୍ରତିନିଧି ଦଳ । ଅଧିକ ପଢନ୍ତୁ...

By

Published : Feb 12, 2021, 8:33 PM IST

Published : Feb 12, 2021, 8:33 PM IST

ବ୍ରହ୍ମପୁର ଆଇ.ଟି.ଆଇ କାର୍ଯ୍ୟଶୈଳିକୁ ଅନୁଧ୍ୟାନ କଲେ ବିହାରରୁ ଆସିଥିବା ଟିମ୍
ବ୍ରହ୍ମପୁର ଆଇ.ଟି.ଆଇ କାର୍ଯ୍ୟଶୈଳିକୁ ଅନୁଧ୍ୟାନ କଲେ ବିହାରରୁ ଆସିଥିବା ଟିମ୍

ବ୍ରହ୍ମପୁର: ରାଜ୍ୟରେ ଦକ୍ଷତା ବିକାଶର କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ବିହାରରୁ ଆସିଥିବା ଟିମ୍ । ବ୍ରହ୍ମପୁର ସରକାରୀ ଆଇଟିଆଇ କାର୍ଯ୍ୟଶୈଳୀକୁ ଅନୁଧ୍ୟାନ କରିଛନ୍ତି ବିହାରରୁ ଆସିଥିବା ସ୍ବତନ୍ତ୍ର ପ୍ରତିନିଧି ଦଳ ।

ବ୍ରହ୍ମପୁର ଆଇ.ଟି.ଆଇ କାର୍ଯ୍ୟଶୈଳିକୁ ଅନୁଧ୍ୟାନ କଲେ ବିହାରରୁ ଆସିଥିବା ଟିମ୍

ବିହାର ରାଜ୍ୟର ଶ୍ରମ କମିଶନର ତଥା ନିଯୁକ୍ତି ଏବଂ ପ୍ରଶିକ୍ଷଣ ବିଭାଗର ନିର୍ଦ୍ଦେଶକ ମିସ୍ ରଞ୍ଜିତା ଏବଂ ସେଠାକାର ୧୦ ଗୋଟି ସରକାରୀ ଆଇଟିଆଇର ଅଧ୍ୟକ୍ଷମାନେ ବ୍ରହ୍ମପୁର ସହରରେ ପହଞ୍ଚି ଶିକ୍ଷାନୁଷ୍ଠାନର ବିଭିନ୍ନ ଟ୍ରେଡର କାର୍ଯ୍ୟ, ସ୍କାର୍ପ ମ୍ୟୁଜିୟମ, ସ୍କାର୍ପ ପାର୍କ, କୋଭିଡ ଇନୋଭେସନ ଭଳି ଶିକ୍ଷାନୁଷ୍ଠାନର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ ।

ବ୍ରହ୍ମପୁର ଆଇ.ଟି.ଆଇ କାର୍ଯ୍ୟଶୈଳିକୁ ଅନୁଧ୍ୟାନ କଲେ ବିହାରରୁ ଆସିଥିବା ଟିମ୍

ଏହାସହ ଆଇଟିଆଇର ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତାକୁ ଦେଖି ପ୍ରଶଂସା କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ଏହି ସ୍ବତନ୍ତ୍ର ଟିମ୍ ଆଇଟିଆଇ ବିଦ୍ୟାର୍ଥୀଙ୍କ କାର୍ଯ୍ୟ ଦକ୍ଷତା ସଂପର୍କରେ ବିସ୍ତୃତ ଭାବରେ ପ୍ରଦର୍ଶିତ କରିଥିଲେ ।

ଓଡିଶାରେ କେଉଁ ମାଧ୍ୟମରେ ତାଲିମ ଦିଆଯାଉଛି ତାହାକୁ ଏହି ଟିମ୍ ଦୁଇ ଦିନ ମଧ୍ୟରେ ଅନୁଧ୍ୟାନ କରିବା ପରେ ଫେରିବେ ବୋଲି କହିଛନ୍ତି । ଗତ ଦୁଇ ଦିନ ଧରି କଟକ ସ୍ଥିତ ଆଇଟିଆଇ ସମେତ ବିଭିନ୍ନ ଅନୁଷ୍ଠାନ ବୁଲିବା ପରେ ବ୍ରହ୍ମପୁର ଆଇଟିଆଇ ବୁଲି ଦେଖିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details