ଓଡିଶା

odisha

ETV Bharat / city

ଦିଗପହଣ୍ଡି ବନାଞ୍ଚଳ କୂଅ ମଧ୍ୟରୁ କଟାସକୁ ଉଦ୍ଧାର କଲା ବନ ବିଭାଗ

ବାଘ ଛୁଆ ପାଣିରେ ପଡ଼ି ବୁଡି ଯାଉଥିବା ଭାବି ଗ୍ରାମବାସୀ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ କଟାସକୁ ଉଦ୍ଧାର କଲା ବନ ବିଭାଗ । ଅଧିକ ପଢନ୍ତୁ...

By

Published : Jul 9, 2021, 5:02 PM IST

ଦିଗପହଣ୍ଡି ବନାଞ୍ଚଳ କୂଅ ମଧ୍ୟରୁ କଟାସକୁ ଉଦ୍ଧାର କଲା ବନ ବିଭାଗ
ଦିଗପହଣ୍ଡି ବନାଞ୍ଚଳ କୂଅ ମଧ୍ୟରୁ କଟାସକୁ ଉଦ୍ଧାର କଲା ବନ ବିଭାଗ

ବ୍ରହ୍ମପୁର: କୂଅ ମଧ୍ୟରୁ ଉଦ୍ଧାର ହେଲା କଟାସ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ଅନଙ୍ଗପୁର ଓ କୁଶପଡା ଗ୍ରାମ ମଧ୍ୟରେ ରହିଥିବା ଏକ ଚାଷ ଜମିର କୂଅ ମଧ୍ୟରେ ପଡିଯାଇଥିବା ଫିସିଙ୍ଗ୍ କ୍ୟାଟକୁ ଦିଗପହଣ୍ଡି ବନବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହି ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଇଛି ।

ଦିଗପହଣ୍ଡି ବନାଞ୍ଚଳ କୂଅ ମଧ୍ୟରୁ କଟାସକୁ ଉଦ୍ଧାର କଲା ବନ ବିଭାଗ

ସୂଚନାନୁଯାୟୀ ଶୁକ୍ରବାର କୂଅ ଭିତରେ ଏକ ବନ୍ୟଜନ୍ତୁ ପାଣିରେ ପଡ଼ିଯାଇ ଏଣେ ତେଣେ ବୁଲୁଥିବା ଦେଖି ଗ୍ରାମବାସୀ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କୁ ଖବର ଦେଇଥିଲେ । ବ୍ରହ୍ମପୁର ଡିଏଫଓ(DFO) ଅମ୍ଳାନ ନାୟକଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ ଓ ଦିଗପହଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ପରେ କୌଶଳକ୍ରମେ ଫାସ ପକାଯାଇ ଏହାକୁ ଉଦ୍ଧାର କରିଥିଲେ । ଏହାପରେ ଉଦ୍ଧାର ହୋଇଥିବା ବନ୍ୟଜନ୍ତୁକୁ ଦିଗପହଣ୍ଡି ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇ ପ୍ରାଥମିକ ଚିକିତ୍ସା ପରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଛାଡି ଦିଆଯାଇଥିବା ନେଇ ଜଣାପଡିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details