ଓଡିଶା

odisha

By

Published : Dec 22, 2021, 7:47 AM IST

ETV Bharat / city

FIR Against Tapaswini: ଶ୍ବଶୁର ଦେଲେ ଏତଲା, ଅନୁଧ୍ୟାନ କରାଯିବ କହିଲେ ଅତିରିକ୍ତ SP

ଡାକ୍ତର ସୁମିତ ସାହୁ ଏବଂ ତପସ୍ୱିନୀ ଦାଶ ବିବାଦ(Tapaswini-Sumit Marital Discord) ମାମଲାରେ ସୁମିତଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲାର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଅତିରିକ୍ତ SP । ଅଧିକ ପଢନ୍ତୁ

Bride Strike Case: ଥାନାରେ ପହଞ୍ଚିଲେ ସୁମିତଙ୍କ ପରିବାର, ଅନୁଧ୍ୟାନ କରାଯିବ କହିଲେ ଅତିରିକ୍ତ SP
Bride Strike Case: ଥାନାରେ ପହଞ୍ଚିଲେ ସୁମିତଙ୍କ ପରିବାର, ଅନୁଧ୍ୟାନ କରାଯିବ କହିଲେ ଅତିରିକ୍ତ SP

ବ୍ରହ୍ମପୁର: ଡାକ୍ତର ସୁମିତ ସାହୁ ଏବଂ ତପସ୍ୱିନୀ ଦାଶ ବିବାଦ(Tapaswini-Sumit Marital Discord) ଘଟଣାରେ ସ୍ଥାନୀୟ ମହିଳାମାନେ ସୁମିତଙ୍କ ଘରେ ଭଙ୍ଗାରୁଜା କରିବାକୁ ବିରୋଧ କରି ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଏନେଇ ସୁମିତଙ୍କ ଆଇନଜୀବୀ ସ୍ପଷ୍ଟ ହୋଇଛି ।

Bride Strike Case: ଥାନାରେ ପହଞ୍ଚିଲେ ସୁମିତଙ୍କ ପରିବାର, ଅନୁଧ୍ୟାନ କରାଯିବ କହିଲେ ଅତିରିକ୍ତ SP

ଏହା ମଧ୍ୟ ପଢନ୍ତୁ:-Tapaswini-Sumit Marital Discord: ସୁମିତଙ୍କ ଘର ଗେଟ୍‌ ଭାଙ୍ଗିଲେ ଶତାଧିକ ମହିଳା

ସେପଟେ ସୋମବାର ଉତ୍ତ୍ୟକ୍ତ ମହିଳା ଧାରଣାରତ ତପସ୍ୱିନୀଙ୍କୁ ଶ୍ୱଶୁର ଘର ଲୋକେ ଗ୍ରହଣ କରନ୍ତୁ ବୋଲି ଦାବି କରି ସୁମିତଙ୍କ ଘର ମୁଖ୍ୟ ଫାଟକ ଭାଙ୍ଗିବା ପରେ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ସହରର ବ୍ରହ୍ମାନଗର ଦ୍ୱିତୀୟ ଲାଇନରେ ପୋଲିସ ପକ୍ଷରୁ କଡା ନଜର ରଖାଯାଇ ଥିବାବେଳେ ୨୪ ଘଣ୍ଟିଆ ପୋଲିସ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବ୍ରହ୍ମପୁରର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ । ଏପରିକି ପରିବାର ବର୍ଗଙ୍କ ପକ୍ଷରୁ ଦିଆଯାଇଥିବା ଏତଲାକୁ ନେଇ ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ SP ।



ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details