ବ୍ରହ୍ମପୁର: ସ୍ବାୟତ୍ତ ଶାସନ ଦିବସ ଅବସରରେ ରେଶମ ସହରକୁ ଭାରତର ସର୍ବଶ୍ରେଷ୍ଠ ସହର ଭାବରେ ଗଢ଼ି ତୋଳିବା ପାଇଁ ଲକ୍ଷ୍ୟ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ଅବସରରେ ଆୟୋଜିତ ହୋଇଯାଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ସହ ଯେପରି ପ୍ରତ୍ୟେକ ୱାର୍ଡରେ କମିଟି ଗଠନ କରାଯିବ ସେ ନେଇ ନିଷ୍ପତ୍ତି ନିଆଯାଇଛି ।
ନିଗମ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ତଥା ନିଗମର ପ୍ରଶାସକ ବିଜୟ ଅମୃତ କୁଲାଙ୍ଗେ ଜାତୀୟ ପତକା ଉତ୍ତୋଳନ କରିଛନ୍ତି । ଏହି କାର୍ଯକ୍ରମରେ ଅନ୍ୟତମ ଅତିଥି ଭାବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହରର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପ୍ରତି ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।