ବ୍ରହ୍ମପୁର:ମୋତେ ଭୟ ଲାଗୁଛି, ରକ୍ଷା କରନ୍ତୁ । ଗଞ୍ଜାମ ବ୍ରହ୍ମପୁର ସୁମିତ ତପସ୍ବିନୀ ବିବାଦରେ ଶତାଧିକ ମହିଳା ଏକତ୍ରିତ ହୋଇ ସୁମିତଙ୍କ ଘର ଗେଟ୍ ଭାଙ୍ଗିବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ସୁମିତଙ୍କ ଜେଜେମା' ବିବାସିନୀ ସାହୁ । ସୋମବାର ତପସ୍ବିନୀଙ୍କ ସପକ୍ଷରେ ବ୍ରହ୍ମପୁର SDJM କୋର୍ଟଙ୍କ ରାୟ ଆସିବା ପରେ ସୁମିତଙ୍କ ଘର ଗେଟ ଭାଙ୍ଗିବାକୁ ଅନେକ ମହିଳା ଉଦ୍ୟମ କରିଥିଲେ ।
ଏହା ବି ପଢନ୍ତୁ: Tapaswini-Sumit Marital Discord: ବ୍ରହ୍ମାନଗରରେ ୧୪୪ ଧାରା ଜାରି
ସୁମିତଙ୍କ ଜେଜେମା' କହିଛନ୍ତି ଯେ ମୁଁ ଏବଂ ଆମ ପରିବାର ରୋଗାଗ୍ରସ୍ତ । ଏଣୁ ଆମକୁ ଘର ମଧ୍ୟରୁ ସୁରକ୍ଷିତ ଭାବରେ ଉଦ୍ଧାର କରିବାକୁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନଙ୍କୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅନୁରୋଧ କରିଛନ୍ତି ବିବାସିନୀ । ସୂଚନା ଥାଉ କି ତପସ୍ବିନୀଙ୍କ ସପକ୍ଷରେ କୋର୍ଟଙ୍କ ରାୟ ଆସିବା ପରେ ଅନେକ ମହିଳା ତପସ୍ବିନୀଙ୍କୁ ସୁମିତଙ୍କ ଘର ଭିତରକୁ ପ୍ରବେଶ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ । ଏହି ସମୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।