ଓଡିଶା

odisha

ETV Bharat / city

ସଫଳ ହେଲା ଅସ୍ତ୍ରୋପଚାର; 4 ବର୍ଷ ଶିଶୁ ଗଳାରୁ ବାହାରିଲା ଲୁହାରଡ

ଖେଳୁଥିବା ସମୟରେ ଏକ ଚାରି ବର୍ଷର ଶିଶୁର ବେକରେ ପଶିଯାଇଥିବା ଲୁହାରଡକୁ ସଫଳ ଅସ୍ତ୍ରୋପଚାର କରାଯାଇ ବାହାର କରାଯାଇଛି । ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଅନ୍ତର୍ଗତ ପାଳଷଣ୍ଢପୁର ଅଞ୍ଚଳର ଚାରି ବର୍ଷର ଶିଶୁ କନ୍ୟା ବେକରେ ଲୁହାରଡଟି ପଶିଯାଇଥିଲା । ଅଧିକ ଖବର ପଢନ୍ତୁ...

By

Published : Aug 2, 2020, 9:27 PM IST

ସଫଳ ହେଲା ଅସ୍ତ୍ରୋପଚାର; 4 ବର୍ଷ ଶିଶୁର ବେକରୁ ବାହାରିଲା ଲୁହାରଡ
ସଫଳ ହେଲା ଅସ୍ତ୍ରୋପଚାର; 4 ବର୍ଷ ଶିଶୁର ବେକରୁ ବାହାରିଲା ଲୁହାରଡ

ବ୍ରହ୍ମପୁର: ଖେଳୁଥିବା ସମୟରେ ଏକ ଚାରି ବର୍ଷର ଶିଶୁର ବେକରେ ପଶିଯାଇଥିବା ଲୁହାରଡକୁ ସଫଳ ଅସ୍ତ୍ରୋପଚାର କରାଯାଇ ବାହାର କରାଯାଇଛି । ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଅନ୍ତର୍ଗତ ପାଳଷଣ୍ଢପୁର ଅଞ୍ଚଳର ଚାରି ବର୍ଷର ଶିଶୁ କନ୍ୟା ବେକରେ ଲୁହାରଡଟି ପଶିଯାଇଥିଲା । ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସଫଳ ହେଲା ଅସ୍ତ୍ରୋପଚାର; 4 ବର୍ଷ ଶିଶୁର ବେକରୁ ବାହାରିଲା ଲୁହାରଡ

ଏହା ପରେ ଗରିବ ପରିବାରର ଏହି ଶିଶୁକୁ ଦେଖି ଏମକେସିଜିର ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଆରମ୍ଭ କରିଦେଇଥିଲା ଶିଶୁଟିର ତୁରନ୍ତ ଚିକିତ୍ସା । ଶିଶୁଟି ଦିନ 12 ଟା ସମୟରେ ହସ୍ପିଟାଲରେ ପହଞ୍ଚିବା ମାତ୍ରେ ଡାକ୍ତରୀ ଟିମ ପ୍ରଥମେ ଏକ ଯୋଜନା ପ୍ରସ୍ତୁତ କରିଥିଲେ ।

ପ୍ରଥମେ ରକ୍ତ ଦେଇ ଶିଶୁର ସ୍ବାସ୍ଥ୍ୟାବସ୍ଥାକୁ ସ୍ଥିର କରାଯାଇଥିଲା । ସେପଟେ ଅସ୍ତ୍ରୋପଚାର ପାଇଁ 4 ରୁ 5 ଘଣ୍ଟା ସମୟ ଲାଗିବା ପରେ ଏହାକୁ ନେଇ ଏକ ଡାକ୍ତରୀ ଟିମ ଗଠନ କରାଯାଇଥିଲା । ଜେନେରାଲ ସର୍ଜରୀ ଆସୋସିଏଟ୍ ପ୍ରୋଫେସର ମନୋଜ ସେଠୀ , ଇଆଣ୍ଡଟି ଡାକ୍ତର ମମତାଙ୍କ ସମେତ ଶିଶୁ ଅସ୍ତ୍ରୋପଚାର ବିଭାଗର ଡାକ୍ତର ମାନସ ଏବଂ ଶିଶୁ ଅସ୍ତ୍ରୋପଚାର ବିଭାଗର ସୁପର ସ୍ପେଶାଲିଷ୍ଟ ଡାକ୍ତର ପ୍ରଣୟ ପାଣିଗ୍ରାହୀ ନିଜେ ଉପସ୍ଥିତ ରହି ଅସ୍ତ୍ରୋପଚାର କରି ଲୁହାରଡକୁ ବାହାର କରିଥିଲେ ।

ଶିଶୁଟିର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ଶିଶୁ ରୋଗ ବିଭାଗର ଡାକ୍ତର ନରେନ୍ଦ୍ର ବେହେରାଙ୍କ ଅଧିନରେ ଶିଶୁଟିକୁ ଅବଜରଭେସନରେ ରଖାଯାଇଛି । ତୁରନ୍ତ ଶିଶୁଟିର ଅସ୍ତ୍ରୋପଚାର କରିବା ପରେ ମାତ୍ର କିଛି ସମୟ ମଧ୍ୟରେ ଶିଶୁର ବେକ ଓ ପାଟିରୁ ଲୁହା ରଡ୍ ବାହାର କରିବାରେ ସଫଳ ହୋଇଥିଲେ ଡାକ୍ତରୀ ଟିମ । ବର୍ତ୍ତମାନ ଶିଶୁଟିର ଅବସ୍ଥା ସ୍ଥିର ହେବା ପର୍ଯ୍ୟନ୍ତ ସେ ମେଡିକାଲରେ ରହିବ ବୋଲି କହିଛନ୍ତି ଡାକ୍ତରୀ ଟିମ୍ ।

ତେବେ କେମିତି ଏହି ଅସ୍ତ୍ରୋପଚାର ସଫଳ ହେଲା ସେନେଇ ଡାକ୍ତର ପ୍ରଣୟ ପାଣିଗ୍ରାହୀ ଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ...

ABOUT THE AUTHOR

...view details