ବ୍ରହ୍ମପୁର: ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ । ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳଙ୍କ ନେତୃତ୍ବରେ ସ୍ଥାନୀୟ ବାପୁଜି ଆଶ୍ରମ ଠାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ସରକାର ଯୋଗାଉଥିବା ଚାଉଳ ଗୋ ଖାଦ୍ୟ ବୋଲି ପ୍ରମାଣିତ ହୋଇଛି ।
ନବୀନ ସରକାରଙ୍କ ଚାଉଳ ଦୁର୍ନୀତି ଏବଂ ଓଡ଼ିଶାବାସୀଙ୍କ ପ୍ରତି ବିଶ୍ବାସଘାତକ ପଦାରେ ପଡିଯାଇଛି ବୋଲି ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ ଅଭିଯୋଗ କରିଛନ୍ତି। ଏପରିକି ଏହି ଚାଉଳ ମଣିଷ ପାଇଁ ନୁହେଁ ଏହା କେବଳ ଛେଳି, ମେଣ୍ଡା, ଘୋଡା ଓ ଆଦି ଗୋ-ଖାଦ୍ୟ ପାଇଁ ଯୋଗ୍ୟ ବୋଲି ସେ କହିଛନ୍ତି । ନବୀନ ସରକାର ୧ ଟଙ୍କିଆ ଚାଉଳ ଦେଇ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲେଇ ଭୋଟ ନେଇଯାଉଛନ୍ତି।