ବ୍ରହ୍ମପୁର: ପଥର ଖାଦାନରେ ବିସ୍ପୋରଣ ଘଟି 2 ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ 3 ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରକମ୍ଭ କରିଛି । ମୃତକ ହେଲେ କୁକୁଡାଖଣ୍ଡିର ଏ.ସନ୍ତୋଷ କୁମାର ଓ ଆଙ୍କୁଶପୁର ପଞ୍ଚାୟତର ସୁରଜ ପାତ୍ର । ସୂଚନା ଅନୁସାରେ ବ୍ରହ୍ମପୁର ସଦରଥାନା ନିକଟବର୍ତ୍ତୀ କୁକୁଡାଖଣ୍ଡି ରଘୁନାଥପୁର ଗାଁ ନିକଟରେ ଥିବା ଏକ ପଥର ଖାଦାନରେ ବିସ୍ଫୋରଣ ହୋଇଥିଲା ।
ପଥର ଖାଦାନରେ ବିସ୍ଫୋରଣ: ଦୁଇ ମୃତ, ତିନି ଗୁରୁତର
ପଥର ଖାଦାନରେ ବିସ୍ଫୋରଣ । ଦୁଇ ମୃତ, ତିନି ଗୁରୁତର । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...
କ୍ରସର ପରିସରରେ ବିସ୍ଫୋରକ ଅନଲୋଡିଂ ସମୟରେ ଏହି ବିସ୍ଫୋରଣ ହୋଇଥିବା ଘଟିଥିଲା । ଯେଉଁଥିରେ ଘଟଣାସ୍ଥଳରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ହୋଇଥିଲେ । 3 ଗୁରୁତରଙ୍କୁ ଉଦ୍ଧାର କରାଯାଇ ଏମ୍.କେ.ସି.ଜି ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ 2 ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଅନ୍ୟ ଜଣଙ୍କୁ ଘରୋଇ ମେଡିକାଲକୁ ପଠାଯାଇଛି । ସେପଟେ ଘଟଣାସ୍ଥଳରେ ପୋଲିସର ବରିଷ୍ଠ ଅଧିକାରୀ, ସାଇଣ୍ଟିଫିକ୍ ଟିମ୍ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ମୃତକଙ୍କ ପରିବାରକୁ ପାଞ୍ଚ ଲକ୍ଷ ଏବ° ଆହତଙ୍କୁ ରେଡକ୍ରସରୁ ସହାୟତା ପ୍ରଦାନ କରିବା ପାଇଁ ଦାବି କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ