ଓଡିଶା

odisha

ETV Bharat / city

ବରିଷ୍ଠ ନାଗରିକଙ୍କୁ ନେଇ ବ୍ରହ୍ମପୁରରୁ ବାହାରିଲା ସ୍ବତନ୍ତ୍ର ତୀର୍ଥଯାତ୍ରୀ ଟ୍ରେନ - ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା

ଦକ୍ଷିଣାଞ୍ଚଳର ବିଭିନ୍ନ ଜିଲ୍ଲାର ବରିଷ୍ଠ ନାଗରିକଙ୍କୁ ନେଇ ବ୍ରହ୍ମପୁର ରେଳ ଷ୍ଟେସନରୁ ବାହାରିଲା ସ୍ବତନ୍ତ୍ର ଟ୍ରେନ। ଏହି ଟ୍ରେନ ରାମେଶ୍ବର, ତିରୁପତି, ମଦୁରାଇ ଭଳି ବିଭିନ୍ନ ତୀର୍ଥସ୍ଥାନ ପରିକ୍ରମା କରି ପୁଣି ବ୍ରହ୍ମପୁରରେ ପହଞ୍ଚିବ। ଅଧିକ ପଢ଼ନ୍ତୁ...

special-senior-citizen-train
ବରିଷ୍ଠ ନାଗରିକଙ୍କୁ ନେଇ ବ୍ରହ୍ମପୁରରୁ ବାହାରିଲା ସ୍ବତନ୍ତ୍ର ତୀର୍ଥଯାତ୍ରୀ ଟ୍ରେନ

By

Published : Feb 28, 2020, 7:46 PM IST

ବ୍ରହ୍ମପୁର: ଦକ୍ଷିଣାଞ୍ଚଳର ବିଭିନ୍ନ ଜିଲ୍ଲାର ବରିଷ୍ଠ ନାଗରିକଙ୍କୁ ନେଇ ବ୍ରହ୍ମପୁର ରେଳଷ୍ଟେସନରୁ ବାହାରିଲା ସ୍ବତନ୍ତ୍ର ଟ୍ରେନ । ଏହି ଟ୍ରେନ ରାମେଶ୍ବର, ତିରୁପତି ,ମଦୁରାଇ ଭଳି ବିଭିନ୍ନ ତୀର୍ଥସ୍ଥାନ ପରିକ୍ରମା କରି ମାର୍ଚ୍ଚ ୫ ତାରିଖରେ ବ୍ରହ୍ମପୁରରେ ପହଞ୍ଚିବ ।

ବରିଷ୍ଠ ନାଗରିକଙ୍କୁ ନେଇ ବ୍ରହ୍ମପୁରରୁ ବାହାରିଲା ସ୍ବତନ୍ତ୍ର ତୀର୍ଥଯାତ୍ରୀ ଟ୍ରେନ

ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ସ୍ବତନ୍ତ୍ର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ,ସ୍ଥାନୀୟ ବିଧାୟକ ବିକ୍ରମ କୁମାର ପଣ୍ଡା ,ଛତ୍ରପୁର ବିଧାୟକ ସୁବାସ ବେହେରା ପ୍ରଭୃତି ଉପସ୍ଥିତ ଥିଲେ ।

ସେହିପରି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ରହି ବରିଷ୍ଠ ନାଗରିକଙ୍କ ଏହି ଯାତ୍ରାକୁ ସ୍ବାଗତ କରିଛନ୍ତି। ମୁଖ୍ୟତଃ ଏହି ଯୋଜନାରେ ବରିଷ୍ଠ ନାଗରିକଙ୍କୁ ଘରୁ ବାହାରିବା ଠାରୁ ଆରମ୍ଭ କରି ଘରେ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯାଇଛି । ଅନେକ ଯାତ୍ରୀ ସରକାରଙ୍କ ଯୋଗୁଁ ଏଭଳି ସୁବିଧା ପାଇଥିବା ନେଇ ଖୁସି ପ୍ରକାଶ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details