ବ୍ରହ୍ମପୁର: ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଓ ୧୫ କିଲୋୱାଟ ସୌରଶକ୍ତି ପ୍ଲାଣ୍ଟର ଉଦଘାଟନ କଲେ ଓଡିଶା ବିଧାନସଭାର ବାଚସ୍ପତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶା ବିଧାନସଭା ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ଡଃ. ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୬୦ କୋଟି ଟଙ୍କା ଅଟକଳ ବ୍ୟୟରେ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପର ଶିଳାନ୍ୟାସ ଓ ୧୫ କିଲୋୱାଟ ସୌରଶକ୍ତି ପ୍ଲାଣ୍ଟର ଉଦଘାଟନ କରିଛନ୍ତି ।
୬୦ କୋଟି ବ୍ୟୟର ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଓ ସୌରଶକ୍ତି ପ୍ଲାଣ୍ଟର ଉଦଘାଟନ କଲେ ବାଚସ୍ପତି ସୂଚନାନୁଯାୟୀ ବ୍ଳକର ଫାସିଗୁଡା ପଞ୍ଚାୟତର ଜକମେରିପଲ୍ଲୀ ଗ୍ରାମଠାରେ ଚାଷୀଙ୍କୁ ଉପଯୁକ୍ତ ଜଳ ଯୋଗାଇ ଦେବାପାଇଁ ୬୦ କୋଟି ଅଟକଳ ବ୍ୟୟରେ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପର ନିର୍ମାଣ ନିମନ୍ତେ ପ୍ରଥମେ ବାଚସ୍ପତି କାର୍ଯ୍ୟାଳୟରେ ଆୟୋଜିତ ଭିଡିଓ କନଫରେନ୍ସ ମାଧ୍ୟମରେ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ସହ ବିସ୍ତୃତ ଆଲୋଚନା କରିଥିଲେ । ଏହାଦ୍ବାରା ଦିଗପହଣ୍ଡି ବ୍ଲକର ଘୋଡାହଡ ନଦୀ ଓ ରାମନଦୀ ଜଳାଶୟ ଉପରେ ନିର୍ଭର କରି ଆସୁଥିବା ୧୧ ଗୋଟି ଗ୍ରାମର ୧୬୫୪୭ ଜନସଂଖ୍ୟା ଉପକୃତ ହୋଇପାରିବେ ବୋଲି ବାଚସ୍ପତି ନିଜ ଉଦବୋଧନରେ ପ୍ରକାଶ କରିଛନ୍ତି ।
ତେବେ ଏନେଇ ଉପସ୍ଥିତ ନିର୍ବାଚିତ ପ୍ରତିନିଧୀ ଚାଷୀମାନେ ୫ଟି ସଚିବଙ୍କ ଜରିଆରେ ଏହି ନିର୍ମାଣ କାର୍ଯ୍ୟର ତ୍ବରାନ୍ବିତ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିବା ସହ ବାଚସ୍ପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହା ଦ୍ବାରା ଜଳ ସଂରକ୍ଷଣ, ବୃହତ ଉଠା ଜଳସେଚନକୁ ଜଳ ଯୋଗାଇବା, ସୁଦୃଢ଼ୀକରଣ ଏବଂ ପାନୀୟଜଳ ଭଳି ରହି ଆସୁଥିବା ସମସ୍ୟା ଦୂର ହୋଇପାରିବ ବୋଲି ଜଣାପଡିଛି ।
ଏହାପରେ ଗଞ୍ଜାମ ଜିଲ୍ଲାର ପ୍ରଥମ ବ୍ଳକ ଭାବେ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ଓ ବାହ୍ୟ ପରିସରକୁ ଆକର୍ଷଣୀୟ ଓ ଆଲୋକିତ କରିବା ପାଇଁ ୧୫ କିଲୋୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ କ୍ଷମତା ଥିବା ପିଭି ସ୍ଥାପନ କରାଯାଇ ଏହାକୁ ଉଦଘାଟନ କରିଥିଲେ ବାଚସ୍ପତି । ଏହାଦ୍ବାରା ଓଟିପିସିଏଲ ପକ୍ଷରୁ ଯୋଗାଇ ଦିଆଯାଇଥିବା ବିଦ୍ୟୁତ ଶକ୍ତି ସଂରକ୍ଷଣ କରାଯାଇପାରିବା ସହ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଭଳି ସମସ୍ୟା ରହିବ ନାହିଁ ବୋଲି ସୂଚନା ଦିଆଯାଇଛି । ବାଚସ୍ପତିଙ୍କ ଏହି ଗସ୍ତ ସମୟରେ ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର, ତହସିଲଦାର ଅଦୈତ କୁମାର ସ୍ବାଇଁଙ୍କ ସମେତ ବହୁ ନିର୍ବାଚିତ ପ୍ରତିନିଧୀ ଚାଷୀ ଓ ସରପଞ୍ଚ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ