ଓଡିଶା

odisha

ETV Bharat / city

ଲକଡାଉନରେ ଜମୁଛି ଚୋରା ମଦ କାରବାର, ୨୨୫ ଲିଟର ମଦ ଜବତ ଓ 12 ଗିରଫ - Smuggling of liquor in Lock down

ଲକଡାଉନ ସମୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବୃଦ୍ଧି ପାଇଛି ଚୋରା ମଦ କାରାବାର। ତେବେ ଅତର୍କିତ ଭାବେ ଗଞ୍ଜାମର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ ପରେ ୨୨୫ ଲିଟର ଦେଶୀ ମଦ ସମେତ ବହୁ ପରିମାଣର ବିଦେଶୀ ମଦ ଜବତ କରାଯାଇଛି। ଅଧିକ ଖବର ପଢନ୍ତୁ...

liquor business in lockdown
ଲକଡାଉନରେ ଜମୁଛି ଚୋରା ମଦ ବେପାର, 12 ଗିରଫ

By

Published : May 2, 2020, 8:13 AM IST

ବ୍ରହ୍ମପୁର: କୋରୋନା ରୂପକ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସାରା ଦେଶରେ ଜାରି ରହିଛି ଲକ୍ ଡାଉନ୍ । ଏଭଳି ସମୟରେ ଚୋରାମଦ କାରବାରକୁ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବୃଦ୍ଧି ପାଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲାବ୍ୟାପି ଜାରି ରହିଛି ଚଢାଉ ।

ଜିଲ୍ଲାର ଖଲ୍ଲିକୋଟ ଅବକାରୀ ବିଭାଗଙ୍କ ଠାରୁ ଆରମ୍ଭ କରି ପୁରଷୋତ୍ତମପୁର , କବି ସୂର୍ଯ୍ୟନଗର ,ବୁଗୁଡା ଭଳି ଅଞ୍ଚଳରେ ଏଭଳି ଚଢାଉ କରାଯାଇ ୨୨୫ ଲିଟର ଦେଶୀ ମଦ ସମେତ ବହୁ ପରିମାଣର ବିଦେଶୀ ମଦ ଜବତ କରାଯାଇଛି।

ଲକଡାଉନରେ ଜମୁଛି ଚୋରା ମଦ କାରବାର, ୨୨୫ ଲିଟର ମଦ ଜବତ ଓ 12 ଗିରଫ

ଏହି ଚୋରା କାରବାରରେ ମୋଟ ୧୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସାତୋଟି ମୋଟର ସାଇକେଲକୁ ଜବତ କରାଯାଇଛି। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷକ ରାଜେନ୍ଦ୍ର ଭର୍ତ୍ତା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ABOUT THE AUTHOR

...view details