ବ୍ରହ୍ମପୁର: ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶକ୍ତିପୀଠ ତାରାତାରୀଣୀ ପୀଠରେ ଆରମ୍ଭ ହେଲା ମାଙ୍କ ଶାରଦୀୟ ପୂଜ । କୋରୋନା କଟକଣା ମଧ୍ୟରେ ମାଆ ତାରାତାରିଣୀ ପୀଠରେ ପୂଜା ଆରମ୍ଭ ହୋଇଛି । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ରାଜ୍ୟର ପ୍ରମୁଖ ଶକ୍ତିପୀଠ ମାଆ ତାରାତାରିଣୀ ପୀଠରେ ଆୟୋଜିତ ହୋଇଥାଏ ମାଆଙ୍କ ଶାରଦୀୟ ପୂଜା।
ପ୍ରସିଦ୍ଧ ଶକ୍ତିପୀଠ ମା ତାରାତାରିଣୀ ପୀଠରେ ଆରମ୍ଭ ହେଲା ଶାରଦୀୟ ପୁଜା - ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶକ୍ତିପୀଠ ତାରାତାରୀଣୀ ପୀଠ
କୋରୋନା କଟକଣା ମଧ୍ୟରେ ମାଆ ତାରାତାରିଣୀ ପୀଠରେ ଆରମ୍ଭ ହେଲା ଶାରଦୀୟ ପୂଜା । ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶକ୍ତିପୀଠ ତାରାତାରୀଣୀ ପୀଠରେ ପ୍ରତିବର୍ଷ ଲୋକଙ୍କ ଭିଡ ଲାଗିଥାଏ କିନ୍ତୁ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ଭକ୍ତଙ୍କ ସମାଗମକୁ ବାରଣ କରାଯାଇଛି । ଅଧିକ ପଢନ୍ତୁ...
ପ୍ରସିଦ୍ଧ ଶକ୍ତିପୀଠ ମା ତାରାତାରିଣୀ ପୀଠରେ ଆରମ୍ଭ ହେଲା ଶାରଦୀୟ ପୁଜା
ପ୍ରତ୍ୟେକ ବର୍ଷ ମାଆଙ୍କୁ ପାରମ୍ପାରୀକ ରୀତିନୀତିରେ ପୂଜା କରାଯାଉଥିବା ବେଳେ ଚଳିତବର୍ଷ କୋରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି ମାଆଙ୍କ ପୀଠରେ ପୂଜାର୍ଚ୍ଚନା । ପବିତ୍ର ରଷିକୁଲ୍ୟା ନଦୀରୁ ସେବାୟତ ମାନେ ନିଜେ ପିତଳ କଳସରେ ଶୁଭାସିତ ଜଳ ଆଣିବା ପରେ ମାଆଙ୍କ ମହାସ୍ନାନ କରାଯାଇ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ଯୋଡା ଆଶ୍ବୀନ ମାସ ରହିଥିବା ଯୋଗୁଁ ମାଆଙ୍କ ପୀଠରେ ଚଳିତ ବର୍ଷ ୪୬ ଦିନ ଧରି ପୂଜାର୍ଚ୍ଚନା କରାଯିବ । ତାରାତାରୀଣଙ୍କ ପୀଠରେ ଲୋକମାନେ ସମସ୍ତେ କୋରୋନା କଟକଣା ପାଳନ କରୁଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ