ଓଡିଶା

odisha

ETV Bharat / city

‘ଦୁର୍ନୀତି, ସୂର୍ଯ୍ୟପାତ୍ର ଓ ବିଜେଡି ହଟାଅ’

''ଦିଗପହଣ୍ଡିରେ ପ୍ରତିଟି ବିଭାଗରେ ଦୁର୍ନୀତିର ଗନ୍ଧ । ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ବାରା ଶାସନ ହେଉଥିବା ଏହି ନିର୍ବାଚନୀ ମଣ୍ଡଳୀରେ ବଢିଚାଲିଛି ଅରାଜକତା। ଯେଉଁଠି ଦେଖିବେ ସେମାନଙ୍କ ଗୁଣ୍ଡା ଓ ସରକାର କର୍ମଚାରୀ ତାଙ୍କ ଏଜେଣ୍ଡ ଭାବେ କାମ କରୁଛନ୍ତି । ବୟସ ନହୋଇ ବ୍ୟକ୍ତି ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବେଳେ ବୟସର ଅପରାହ୍ଣରେ ବି ଲୋକ ଭତ୍ତା ପାଉନାହାଁନ୍ତି ।'' ଇଟିଭି ଭାରତର ନେତାଙ୍କୁ 5ଟି ପ୍ରଶ୍ନର ଉତ୍ତରରେ ଏପରି କହିଛନ୍ତି ଦିଗପହଣ୍ଡି ବିଧାନସଭା ନିର୍ବାଚନୀ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ଇଂ.ଉତ୍ତମ ପାଣିଗ୍ରାହୀ।

By

Published : Apr 7, 2019, 2:39 PM IST

Updated : Apr 7, 2019, 3:03 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଏହାକୁ ନେଇ ଜାରି ରହିଛି ଜୋରଦାର ପ୍ରଚାର। ଏହି ଆସନରେ ବିଜେପିରୁ ଟିକେଟ ନପାଇ ଚଳିତ ଥର ସ୍ବାଧୀନ ପ୍ରାର୍ଥୀ ଭାବେ ଓହ୍ଲାଇଛନ୍ତି ଇଞ୍ଜିନିୟର ଉତ୍ତମ ପାଣିଗ୍ରାହୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ତେବେ ନିର୍ବାଚନରେ ବିଜୟୀ ହେଲେ ଜିଲ୍ଲାରେ ଇଣ୍ଡଷ୍ଟ୍ରି କରି ଦାଦନ ହଟାଇବେ। ଏହାସହ ଦୀର୍ଘ 19 ବର୍ଷ ଧରି ଶାସନ କରିଆସୁଥିବା କଳୁଷିତ ଓ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରଙ୍କ ମୂଳପୋଛ କରିବେ। ଇଟିଭି ଭାରତର 'ନେତାଙ୍କୁ 5ଟି ପ୍ରଶ୍ନ'ର କାର୍ଯ୍ୟକ୍ରମରେ ଯୋଗଦେଇ ଏପରି କହିଛନ୍ତି ଉତ୍ତମ ପାଣିଗ୍ରାହୀ। ସେପଟେ ଉତ୍ତମଙ୍କୁ ଟକ୍କର ଦେବାକୁ ବିଜେଡିରୁ ମନ୍ତ୍ରୀ ସୁର୍ଯ୍ୟ ନାରାୟଣ ପାତ୍ରଙ୍କ ସହ କଂଗ୍ରେସରୁ ସ୍ଥାନୀୟ ନେତା ପ୍ରଫୁଲ ପଣ୍ଡା ଏବଂ ବିଜେପି ଦଳରୁ ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରତିଦ୍ବନ୍ଦ୍ବୁୁିତା କରୁଛନ୍ତି। ସର୍ବମୋଟ ଛଅ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଆସନରେ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଇଂ.ଉତ୍ତମ ପାଣିଗ୍ରାହୀ ଯଦି ବିଧାୟକ ଭାବରେ ବିଜୟୀ ହୁଅନ୍ତି ତେବେ ଦିଗପହଣ୍ଡି ବିଧାନସଭା ଆସନର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେବେ। ଏହାସହ ମୁଖ୍ୟ ଅଗ୍ରାଧିକାର ରହିବ ନିର୍ବାଚନ ମଣ୍ଡଳୀର ବିକାଶ । ଯାହାଫଳରେ ବର୍ଷ ବର୍ଷ ଧରି ପଡି ରହୁଥିବା ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Apr 7, 2019, 3:03 PM IST

ABOUT THE AUTHOR

...view details