ଓଡିଶା

odisha

ETV Bharat / city

ଡାକ୍ତର, ପିପିଇ କିଟ୍ ଓ ପରୀକ୍ଷା କିଟ ଯୋଗାଇବାକୁ ଆନ୍ଦୋଳନ - ପରୀକ୍ଷା କିଟ ଯୋଗାଇବାକୁ ଆନ୍ଦୋଳନ

କୋରୋନା ପଜିଟିଭଙ୍କୁ ଚିକିତ୍ସା କରିବା ପାଇଁ ଅଧିକ ସଂଖ୍ୟାରେ ଡାକ୍ତର ନିଯୁକ୍ତି ସହ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ପିପିଇ କିଟ୍, କୋରୋନା ପରୀକ୍ଷା କିଟ ଏବଂ ଔଷଧ ପର୍ଯ୍ୟାପ୍ତ ମାତ୍ରାରେ ଯୋଗାଇବାକୁ ଦାବି ହୋଇଛି । ଅଧିକ ପଢନ୍ତୁ...

ଅଧିକ ସଂଖ୍ୟାକ ଡାକ୍ତର, ପିପିଇ କିଟ୍ ଓ ପରୀକ୍ଷା କିଟ ଯୋଗାଇବାକୁ ଆନ୍ଦୋଳନ
ଅଧିକ ସଂଖ୍ୟାକ ଡାକ୍ତର, ପିପିଇ କିଟ୍ ଓ ପରୀକ୍ଷା କିଟ ଯୋଗାଇବାକୁ ଆନ୍ଦୋଳନ

By

Published : Jul 6, 2020, 10:44 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଥିବା କୋରୋନା ପଜିଟିଭଙ୍କୁ ଚିକିତ୍ସା କରିବା ପାଇଁ ଅଧିକ ସଂଖ୍ୟାରେ ଡାକ୍ତର ନିଯୁକ୍ତି ସହ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ପିପିଇ କିଟ୍, କୋରୋନା ପରୀକ୍ଷା କିଟ ଏବଂ ଔଷଧ ପର୍ଯ୍ୟାପ୍ତ ମାତ୍ରାରେ ଯୋଗାଇବାକୁ ଦାବି ହୋଇଛି ।

ଅଧିକ ସଂଖ୍ୟାରେ ଡାକ୍ତର, ପିପିଇ କିଟ୍ ଓ ପରୀକ୍ଷା କିଟ ଯୋଗାଇବାକୁ ଆନ୍ଦୋଳନ

ଏନେଇ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ୧୧୪ ତମ ଘଣ୍ଟଯାତ୍ରାରେ ବିକ୍ଷୋଭ କରାଯାଇଛି l ନିଜ କାର୍ଯ୍ୟାଳୟ ପରିସରରେ ଆୟୋଜିତ ବିକ୍ଷୋଭରେ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଓ ପଦକ୍ଷେପ ଯୋଗୁଁ କୋରୋନା ସଂକ୍ରମଣ ଦେଶରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ବେଳେ ଚିକିତ୍ସା କ୍ଷେତ୍ରରେ ସରକାରଙ୍କ ଚରମ ଅବହେଳା, ପର୍ଯ୍ୟାପ୍ତ ମାତ୍ରାରେ ଔଷଧ, ପିପିଇ କିଟ, ପରୀକ୍ଷା କିଟର ଘୋର ଅଭାବ ରହିଛି l ସମୟ ଅନୁସାରେ ସଠିକ୍ ପ୍ରବାସୀ ନୀତି ନନେବା ଓ କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ଉଲ୍ଲଙ୍ଘନ ତଥା ଶ୍ରମିକ ବିରୋଧୀ ନୀତି ଯୋଗୁଁ ବର୍ତ୍ତମାନ ଓଡିଶା ଭଳି ରାଜ୍ୟରେ ମୁଖ୍ୟତଃ ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମଣ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଅନେକ ସଂଖ୍ୟାରେ ରୋଗୀଙ୍କ ମୃତ୍ୟୁ ହେଉଥିବାରୁ ସରକାର ଏଥୁପ୍ରତି ଗୁରୁତ୍ବ ଦେବାକୁ ଦାବି କରାଯାଇଛି l

କୋରୋନା ସଂକ୍ରମଣ ଏକ ସ୍ବାସ୍ଥ୍ୟଗତ ସମସ୍ୟା ହେବା ସତ୍ତ୍ବେ ଏହାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏକ ଆଇନ ଶୃଙ୍ଖଳା ସମସ୍ୟା ଭାବେ ଲୋକଙ୍କୁ ଗିରଫ କରିବା, ଲାଠିମାଡ କରିବା, ଜୋରିମାନା ଆଦାୟ କରିବା ଅଗଣତାନ୍ତ୍ରିକ ଓ ଅମାନବୀୟ ପଦକ୍ଷେପ ନେଉଛନ୍ତି l ମୁଖ୍ୟତଃ ଗଞ୍ଜାମ ଜିଲ୍ଲାର ଆସିକା, ଭଞ୍ଜନଗର, କବିସୂର୍ଯ୍ୟନଗର ଭଳି ବିଭିନ୍ନ ଅଞ୍ଚଳରେ ରହିଥିବା ସରକାରୀ ଡାକ୍ତରଖାନାରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ସଂକ୍ରମିତ ହେବା ଯୋଗୁଁ ସେହି ହସ୍ପିଟାଲ ଗୁଡିକ ପ୍ରାୟ ବନ୍ଦ ହୋଇସାରିଛି l

ଗତ କିଛି ମାସ ଧରି ଲଗାତର ଭାବରେ ଶିକ୍ଷା, ସ୍ବାସ୍ଥ୍ୟ ଜନିତ ସମସ୍ୟା ଗୁଡିକର ସମାଧାନ ପାଇଁ ଗତ ତିନି ବର୍ଷ ଉର୍ଦ୍ଧ ସମୟ ଧରି ଘଣ୍ଟଯାତ୍ରା ଗଣ ବିକ୍ଷୋଭ ମାଧ୍ୟମରେ ସରକାରଙ୍କ ପାଖରେ ଦାବି କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details