ଓଡିଶା

odisha

ETV Bharat / city

ଜେଏନୟୁ ଘଟଣାକୁ ବ୍ରହ୍ମପୁରରେ କଡା ନିନ୍ଦା

ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ପକ୍ଷରୁ ଆକ୍ରମଣ ଘଟଣାକୁ ନେଇ ବ୍ରହ୍ମପୁରରେ ପ୍ରତିବାଦ କରାଯାଇଛି । ଅଧିକ ଖବର ପଢନ୍ତୁ...

ଜେଏନୟୁ ଘଟଣାକୁ ବ୍ରହ୍ମପୁରରେ କଡା ନିନ୍ଦା

By

Published : Nov 23, 2019, 3:54 AM IST


ବ୍ରହ୍ମପୁର: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ପକ୍ଷରୁ ଆକ୍ରମଣ ଘଟଣାକୁ ନେଇ ବ୍ରହ୍ମପୁରରେ ପ୍ରତିବାଦ କରାଯାଇଛି । ଡି.ୱାଇ.ଏଫ୍.ଆଇ ଏବଂ ଏସ୍.ଏଫ୍.ଆଇ ପକ୍ଷରୁ ସହରର ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା ।

ଜେଏନୟୁ ଘଟଣାକୁ ବ୍ରହ୍ମପୁରରେ କଡା ନିନ୍ଦା

ଏହି ବିକ୍ଷୋଭରେ ଜେଏନୟୁ ବିଶ୍ବର ଅନ୍ୟତମ ପ୍ରମୁଖ ବିଶ୍ବବିଦ୍ୟାଳୟ ହୋଇଥିବା ବେଳେ ଏଠାରେ ଉଚ୍ଚମାନର ଗବେଷଣା ସହିତ ଅନେକ ବିଦ୍ୟାର୍ଥୀ ନିଜର ପ୍ରତିଭା ଯୋଗୁଁ ଅନେକ ଗର୍ବିତ ହୋଇଛନ୍ତି । ମାତ୍ର ବର୍ତ୍ତମାନର କେନ୍ଦ୍ର ସରକାର ଏହାକୁ ଧ୍ବ‌ଂସ କରିବାକୁ ବସିଥିବା ନେଇ ବିକ୍ଷୋଭରେ ସମାଲୋଚନା କରାଯାଇଛି ।

ଅହେତୁକ ଫିସ୍ ବୃଦ୍ଧି ଓ ଶିକ୍ଷାର ବ୍ୟବସାୟୀକରଣ ନୀତି ବିରୁଦ୍ଧରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଓ ଆନ୍ଦୋଳନକୁ ଦମନ କରିବା ଉଦ୍ଦେଶ୍ୟରେ ପୋଲିସ ଓ ସିଆରପି ଦ୍ବାରା ଲାଠିଚାଳନା କରି ରକ୍ତାକ୍ତ କରିବା ଘଟଣାକୁ ବିକ୍ଷୋଭରେ ନିନ୍ଦା କରାଯାଇଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details