ଓଡିଶା

odisha

By

Published : Apr 12, 2020, 7:15 PM IST

ETV Bharat / city

ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲା ଗସ୍ତରେ ଡିଜିପି, ଲକ୍‌ଡାଉନ୍‌ର କଲେ ସମୀକ୍ଷା

ରାଜ୍ୟରେ ଲକ୍‌ଡାଉନ୍ ଅବଧି ବୃଦ୍ଧି ପାଇଥିବାବେଳେ ସ୍ଥିତି ସମୀକ୍ଷା ନେଇ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଛନ୍ତି ପୋଲିସ ଡିଜି ଅଭୟ । ଏହି ଗସ୍ତ ସମୟରେ ସେ ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲା ଗସ୍ତ କରି ଲକ୍‌ଡାଉନ୍‌ର ସ୍ଥିତି ସମୀକ୍ଷା କରିଛନ୍ତି ।

police dg abhaya visits ganjam
ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲା ଗସ୍ତରେ ଡିଜିପି, ଲକ୍‌ଡାଉନ୍‌ର କଲେ ସମୀକ୍ଷା

ବ୍ରହ୍ମପୁର: ରାଜ୍ୟରେ ଲକ୍‌ଡାଉନ୍ ଅବଧି ବୃଦ୍ଧି ପାଇଥିବାବେଳେ ସ୍ଥିତି ସମୀକ୍ଷା ନେଇ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଛନ୍ତି ପୋଲିସ ଡିଜି ଅଭୟ । ଏହି ଗସ୍ତ ସମୟରେ ସେ ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲା ଗସ୍ତ କରି ଲକ୍‌ଡାଉନ୍‌ର ସ୍ଥିତି ସମୀକ୍ଷା କରିଛନ୍ତି ।

ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲା ଗସ୍ତରେ ଡିଜିପି, ଲକ୍‌ଡାଉନ୍‌ର କଲେ ସମୀକ୍ଷା

ପ୍ରଥମେ କାର୍ ଯୋଗେ ଆସି ଖଲିକୋଟ ଟୋଲ୍ ଗେଟରେ ଓହ୍ଲାଇ ସେଠାକାର ସ୍ଥିତିର ସମୀକ୍ଷା କରିଥିଲେ । ପରେ ସେଠାରୁ ଗଞ୍ଜାମ ପୋଲିସ ଜିଲ୍ଲାର ଖଲିକୋଟ ଥାନା, ରମ୍ଭା ଥାନା, ଗଞ୍ଜାମ ଥାନା, ଅଗସ୍ତିନୂଆଗାଁ ଠାରେ ରହିଥିବା ଅଷ୍ଟମ ବାଟାଲିୟନ୍, ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ, ଛତ୍ରପୁର ଠାରେ ରହିଥିବା ପୋଲିସ ବ୍ୟାରେକ୍‌, ଛତ୍ରପୁର ପୁରୁଣା ବସଷ୍ଟାଣ୍ଡ ନିକଟରେ ରହିଥିବା ପୋଲିସ ମେଡିକାଲ ଓ ଛତ୍ରପୁରର ଆଦର୍ଶ ଥାନା ପରିଦର୍ଶନ କରିଥିଲେ ।

ଗଞ୍ଜାମ ପୋଲିସ ଜିଲ୍ଲାର ସମୀକ୍ଷା କରି ପୋଲିସ ମହାନିର୍ଦ୍ଦେଶକ ବ୍ରହ୍ମପୁର ଆମ୍ବପୁଆ ପୋଲିସ ରିଜର୍ଭ ଠାରୁ ଆରମ୍ଭ କରି ସହରର ବିଭିନ୍ନ ଥାନାକୁ ପରିକ୍ରମା କରି କୋରୋନା ସମୟରେ ସ୍ଥିତି ଅନୁଧ୍ୟାନ କରିବା ସହ ସହରର କୋର୍ଟପେଟା ଛକ ନିକଟରେ ଉପସ୍ଥିତ ଗୃହରକ୍ଷୀ ଓ ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ।

ଏହି ସମୟରେ କିଭଳି ସେମାନେ ଡ୍ୟୁଟି କରୁଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟବସ୍ଥା କିଭଳି ରହିଛି, ସାପ୍ତାହିକ ଛୁଟି ମିଳୁଛି କି ନାହିଁ, ଏଭଳି ବ୍ୟକ୍ତିଗତ ଭାବରେ ଆଲୋଚନା କରିବା ସହ କର୍ମଚାରୀଙ୍କ ମନୋବଳ ବୃଦ୍ଧି କରିଥିଲେ । ପରେ କୋରୋନା ସଂକ୍ରମଣ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶନାମାକୁ କିଭଳି କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କରେ ପଚାରି ବୁଝିଥିଲେ ।

ତେବେ ଡିଜିଙ୍କ ଏହି ଗସ୍ତ ସମୟରେ ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ, ବ୍ରହ୍ମପୁର ଏସ୍.ପି ପିନାକ ମିଶ୍ରଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details