ଓଡିଶା

odisha

ETV Bharat / city

ପାଟକୁରା ପୋଲିସକୁ ସଫଳତା, ଘର ତାଲା ଭାଙ୍ଗି ଲୁଟ୍ ମାମଲାରେ ୯ ଗିରଫ

ଲୁଟ ଘଟଣାର ପର୍ଦ୍ଦାଫାସ କରି ପାଟକୁରା ଥାନା ପୋଲିସ ୯ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

By

Published : Sep 7, 2021, 7:14 AM IST

ଘର ତାଲା ଭାଙ୍ଗି ଲୁଟ୍ ମାମଲାରେ  ୯ଜଣଙ୍କୁ  ଗିରଫ କଲା ପୋଲିସ
ଘର ତାଲା ଭାଙ୍ଗି ଲୁଟ୍ ମାମଲାରେ ୯ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର: ଗଞ୍ଜାମ ପାଟପୁର ଥାନା ଅଞ୍ଚଳରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ଏକ ଲୁଟ ଘଟଣାର ପର୍ଦ୍ଦାଫାସ କରି ପାଟକୁରା ଥାନା ପୋଲିସ ୯ ଜଣଙ୍କୁ ଗିରଫ କରିଛି । ଗତ କିଛି ଦିନ ତଳେ ପାଟପୁର ଥାନା ଏସ୍ . ଗୋପାଳପୁର ଗ୍ରାମରେ ଦୁର୍ବୃତ୍ତ ମାନେ ଘରର କବାଟ ଓ ଗ୍ରିଲ ଭାଙ୍ଗି ଲୁଟ କରିଥିଲେ । ଏନେଇ ପୋଲିସ ୯ ଜଣଙ୍କୁ ଗିରଫ କରିବା ସହ ସୁନା , ଟଙ୍କା ଓ ଲୁହାରଡ ଜବତ କରିଥିବା ନେଇ ଆୟୋଜିତ ପ୍ରେସ ବିଜ୍ଞପ୍ତିରେ ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ଅଗଷ୍ଟ ୧୪ ତାରିଖ ଦିନ ଏସ୍ . ଗୋପାଳପୁର ଗ୍ରାମର ସୁଧାକର ପ୍ରଧାନ ପରିବାର ସଦସ୍ୟ ଘରେ ନଥିବା ବେଳେ ବିଳମ୍ବିତ ରାତିରେ ଲୁଟେରା ମାନେ ଘରର କବାଟ ଓ ଗ୍ରିଲ ତାଲା ଭାଙ୍ଗି ଘରେ ପଶିଥିଲେ । ଏହା ପରେ ଘର ଭିତରେ ଥିବା ଆଲମାରୀ ଭାଙ୍ଗି ସୁନା ଅଳଙ୍କାର ଓ ଟଙ୍କା ଲୁଟ କରିଥିଲେ । ପରଦିନ ସକାଳ ସମୟରେ ଗ୍ରାମବାସୀ ଏହା ଦେଖି ସୁଧାକରଙ୍କୁ ଜଣାଇଥିଲେ । ଏନେଇ ସୁଧାକର ପାଟପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରି ୯ ଜଣଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ହେଉଛନ୍ତି ବଡ଼ବଜାର ଥାନା ସୁକୁଣ୍ଡା ଗ୍ରାମର ଜେ . ନେପାଳୀ , ଆର୍ . ଅନୀଲ , କେ . ବିଶୁ , ଏସ୍ . ରମେଶ , ଆର . ଭାସ୍କର , ଜେ . କାଳିଆ ଜି. କସ୍ତୁରୀ ଓ ପାଟପୁର ଅଞ୍ଚଳର ଆର୍ . ଯମୁନା ପ୍ରମୁଖ ଆଠ ଜଣକୁ ଗିରଫ କରିଥିଲା । ଚୋରି ସୁନାକୁ କିଣିଥିବା ମାମଲାରେ ଦିଗପହଣ୍ଡି ଅଞ୍ଚଳରେ ସୁନା ବ୍ୟବସାୟୀ ପ୍ରମୋଦ ନାୟକଙ୍କୁ ମଧ୍ୟ ଗିରଫ କରାଯାଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସଡିପିଓ ଉମାଶଙ୍କର ସିଂ ଓ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି.କେ ଦଳାଇ ଙ୍କ ସମେତ ସ୍ଥାନୀୟ ଥାନା ଅଧିକାରୀ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details