ଓଡିଶା

odisha

ETV Bharat / city

ସିରିଜ ଲୁଟ୍‌ ଘଟଣାର ମାଷ୍ଟରମାଇଣ୍ଡ ଗିରଫ - Police arrest a lootera in berhampur

ସିରିଜ ଲୁଟ୍‌ ଘଟଣାର ଅଭିଯୁକ୍ତ ଗିରଫ । ଗଞ୍ଜାମର ବିଭିନ୍ନ ଅଞ୍ଚଳର ଲୁଟ୍‌ରେ ସାମିଲଥିବା ଅଭିଯୁକ୍ତ ଏ.ଶେଖରକୁ ଗିରଫ କରିଛି ପୋଲିସ । ଏ. ଶେଖରର ଘର ଆସିକା ଥାନା ବରଗାଁ ଗ୍ରାମରେ ବୋଲି ଜଣାପଡିଛି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ବ୍ରହ୍ମପୁର

By

Published : Sep 29, 2019, 12:16 PM IST

ବ୍ରହ୍ମପୁର: ସିରିଜ ଲୁଟ୍‌ ଘଟଣାର ଅଭିଯୁକ୍ତ ଗିରଫ । ଗଞ୍ଜାମର ବିଭିନ୍ନ ଅଞ୍ଚଳର ଲୁଟ୍‌ରେ ସାମିଲଥିବା ଅଭିଯୁକ୍ତ ଏ.ଶେଖରକୁ ଗିରଫ କରିଛି ପୋଲିସ । ଏ. ଶେଖରର ଘର ଆସିକା ଥାନା ବରଗାଁ ଗ୍ରାମରେ ହୋଇଥିବା ଜଣାପଡିଛି ।

ଜିଲ୍ଲାର ଭଞ୍ଜନଗର, ଛତ୍ରପୁର ଓ ରମ୍ଭା ଥାନା ଅଞ୍ଚଳରେ ରୂପା ଅଳଙ୍କାର ଏବଂ ଟଙ୍କା ଲୁଟ ଘଟଣାରେ ତାକୁ ପୋଲିସ ଗିରଫ କରିଛି । ଭଞ୍ଜନଗର ଓ ଛତ୍ରପୁର ଥାନା ଅଞ୍ଚଳରେ ତିନି ରୂପା ବ୍ୟବସାୟୀଙ୍କ ଠାରୁ ଲୁଟ ଏବଂ ରମ୍ଭା ଥାନା ଅଞ୍ଚଳରେ ସାଇକେଲ ଆରୋହୀଙ୍କ ଠାରୁ ଟଙ୍କା ଲୁଟ ଘଟଣାରେ ଶେଖର ସଂପୃକ୍ତ ଥିବା ପୋଲିସ ଜାଣି ତାକୁ ଗିରଫ କରିଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ବ୍ରହ୍ମପୁର

ତା ନିକଟରୁ 49 ହାଜର ଟଙ୍କା ସହ 7 କିଲୋ 200 ଗ୍ରାମର ରୂପା ଓ ଏକ ପଲସର ବାଇକ୍ ଜବତ କରାଯାଇଛି । ଗତ 14 ତାରିଖରେ ଭଞ୍ଜନଗର ଥାନା ଅଧିନସ୍ଥ ଉଧୁପୁର ଗ୍ରାମର ବ୍ୟବସାୟୀ ଲକ୍ଷ୍ମଣ ଦାସଙ୍କ ଠାରୁ ୭ ରୁ ୮ କିଲୋ ରୂପା ଲୁଟ ଓ ମାର୍ଚ୍ଚ 5 ତାରିଖରେ ରାମନଗର 5 ଲାଇନ୍‌ର କଣ୍ଡରୁ ନାୟକଙ୍କ ୪ କିଲୋ ରୂପା ଲୁଟ ମାମଲାରେ ସେ ସମ୍ପୃକ୍ତ ଥିବା ପୋଲିସ କହିଛି ।

ସେହିପରି ଗତ ଅଗଷ୍ଟ ୨୮ ତାରିଖ ଛତ୍ରପୁର ଥାନା ଲଣ୍ଡାବାଉଁଶ ଗ୍ରାମର ସୀମାଞ୍ଚଳ ସାହୁଙ୍କ 4କିଲୋ 800 ଗ୍ରାମ ରୂପା ଲୁଟ ଘଟଣା ଏବଂ ରମ୍ଭା ରେଳଫାଟକ ନିକଟରେ ସାବୁଳିଆ ଗ୍ରାମର ଇନ୍ଦ୍ରମଣି ଦଳାଇଙ୍କ ଠାରୁ 49 ହଜାର ଟଙ୍କା ଲୁଟ ଘଟଣାରେ ଅଭିଯୁକ୍ତର ସମ୍ପୃକ୍ତି ଥିବା ପୋଲିସ କହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details