ଓଡିଶା

odisha

ETV Bharat / city

ସୁନା ବ୍ୟବସାୟୀଙ୍କଠୁ ଲୁଟ, 3 ଗିରଫ

ବ୍ୟବସାୟୀଙ୍କୁ ଭୟଭୀତ କରାଇ ଅଜଣା ଦୁର୍ବୁତ୍ତ ସୁନା ଓ ରୂପା ଅଳଙ୍କାର ଲୁଟ କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି

By

Published : Feb 14, 2019, 11:58 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଗହଣା ବ୍ୟବସାୟୀଙ୍କଠୁ ଲୁଟ। ଅଜଣା ଦୁର୍ବୃର୍ତ୍ତ ବ୍ୟବସାୟୀଙ୍କୁ ଭୟଭୀତ କରାଇ ସୁନା ଓ ରୂପା ଅଳଙ୍କାର ଲୁଟ କରିଥିବା ଅଭିଯୋଗ ହୋଇଛି। ଏ ଘଟଣାରେ ଗଞ୍ଜାମର ଖଲ୍ଲିକୋଟ ଥାନା ପୋଲିସ 3 ଜଣଙ୍କୁ ଗିରଫ କରିଛି। ସେମାନଙ୍କଠୁ ମୋଟ ୯ କେଜି ୫୦୦ ଗ୍ରାମ ଓଜନର ରୂପା ଅଳଙ୍କାର ଓ ୧୨୬ ଗ୍ରାମ ସୁନା ଅଳଙ୍କାର ଜଵତ ହୋଇଛି। ଲୁଟର ଶିକାର ହୋଇଥିବା ସୁନା ବ୍ୟବସାୟୀ ଜଣକ କହ୍ନେଇପୁର ଅଞ୍ଚଳର ରବିନ୍ଦ୍ର ନାୟକ। ସେ ଗତ ଫେବୃଆରୀ ୧ ତାରିଖରେ ନିଜ ମୋଟର ସାଇକେଲରେ ସୁନା ଓ ରୂପା ଅଳଙ୍କାର ଧରି ଲଙ୍ଗଳେଶ୍ୱର ଯାଉଥିବା ବେଳେ କାକୁଡିଆ ପୋଖରୀ ନିକଟରେ ଦୁବୁର୍ତ୍ତ ବନ୍ଧୁକ ଦେଖାଇ ଲୁଟ କରିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ପୋଲିସ ଘଟଣାର ତଦନ୍ତ କରି ଏଥିରେ 7ଜଣ ସମ୍ପୃକ୍ତ ରହିଥିବା ଜାଣିପାରିଛି। ସେମାନଙ୍କ ମଧ୍ୟରୁ 3 ଜଣ ଗିରଫ ହୋଇଥିବା ବେଳେ ଅନ୍ୟ 4ଜଣ ଫେରାର ହୋଇ ଯାଇଛନ୍ତି। ଏହାସହ ଗିରଫ ଅଭିଯୁକ୍ତଙ୍କ ପାଖରୁ 6ଟି ମୋବାଇଲ, 2ଟି ମୋଟର ସାଇକେଲ ସମେତ ୧୯ ହଜାର ଟଙ୍କା ଜବତ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀର ଏହି ସୂଚନା ଦେଇଛନ୍ତି ଛତ୍ରପୁର ଏସଡିପିଓ ରମେଶଚନ୍ଦ୍ର ସେଠୀ ଏବଂ ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ।

ବ୍ରହ୍ମପୁର ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details