ଓଡିଶା

odisha

ETV Bharat / city

ଗଞ୍ଜାମରେ ବୃଦ୍ଧି ପାଉଛି କୋରୋନା, ନିଜ ଘର ଛାଡିକି ବାହାରକୁ ନ ଯିବା ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ

ଗଞ୍ଜାମରେ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୁକାବିଲା ପାଇଁ ନିଜ ଘର ଛାଡିକି ବାହାରକୁ ନ ଯିବା ପାଇଁ ପରାମର୍ଶ ଦେଲେ ଜିଲ୍ଲାପାଳ ।

By

Published : Jun 29, 2020, 8:35 AM IST

ଗଞ୍ଜାମରେ ବୃଦ୍ଧି ପାଉଛି କୋରୋନା, ନିଜ ଘର ଛାଡିକି ବାହାରକୁ ନଯିବା ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ
ଗଞ୍ଜାମରେ ବୃଦ୍ଧି ପାଉଛି କୋରୋନା, ନିଜ ଘର ଛାଡିକି ବାହାରକୁ ନଯିବା ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହାର ମୁକାବିଲା ପାଇଁ ସମସ୍ତେ ସଚେତନ ରହି ନିଜର ସାମାଜିକ ଦୂରତା ପାଳନ କରିବା ଅତ୍ୟାବଶ୍ୟକ ହୋଇପଡିଛି । ଜିଲ୍ଲାବାସୀ ଏଭଳି ସମୟରେ ନିଜ ସ୍ଥାନ ବା ଘରକୁ ଛାଡି କୌଣସି ସ୍ଥାନକୁ ଯାତ୍ରା ନ କରିବାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ଗଞ୍ଜାମରେ ବୃଦ୍ଧି ପାଉଛି କୋରୋନା, ନିଜ ଘର ଛାଡିକି ବାହାରକୁ ନଯିବା ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ

ଘରର ଏକ କିଲୋମିଟର ଠାରୁ ଅଧିକ ଦୂରକୁ ନଯିବା ସହ ଏଭଳି ସମୟରେ କେବଳ ଘରେ ରହି ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ସେହିପରି ପ୍ରତ୍ୟେକ ନିଜ ପାଇଁ କଣ୍ଟାକ୍ଟ ଡାଏରୀ ମେଣ୍ଟନ କରି ରଖିବାକୁ ପରମର୍ଶ ଦିଆଯାଇଛି । ଏପରିକି ଜନସାଧାରଣ କୌଣସି ଜନଗହଳି ଭଳି କାର୍ଯ୍ୟକ୍ରମରେ ସାମିଲ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ଯଦି କୌଣସି ବ୍ୟକ୍ତି ଜନଗହଳି ଉତ୍ସବ କିମ୍ବା ଧାର୍ମିକ ଉତ୍ସବରେ ସାମିଲ ହେଲେ ଏବଂ ତାଙ୍କ ଠାରୁ କୋରୋନା ଚିହ୍ନଟ ହେଲା । ତେବେ ସରକାରଙ୍କ ବିପର୍ଯ୍ୟୟ ନିୟମ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଚେତାବନୀ ଦେଇଛନ୍ତି ।

ସେହିପରି ସମସ୍ତେ ମାସ୍କ ପରିଧାନ କରି ବାହାରକୁ ଯିବା ପାଇଁ କୁହାଯିବା ସହ ପ୍ରତ୍ୟେକ ଦୋକାନ ସମ୍ମୁଖରେ କରାଯାଇଥିବା ସର୍କଲକୁ ବ୍ୟବହାର କରିବା ଏବଂ ଦୁଇ ମିଟର ଦୂରତ୍ବକୁ ବ୍ୟବହାର କରିବାକୁ କୁହାଯାଇଛି । ଜିଲ୍ଲାର ପ୍ରତ୍ୟେକ ଦୋକାନ ଏସ୍ଏମ୍ଏସ୍ ନିୟମ ଯଥା- ସାମାଜିକ ଦୂରତା, ମାସ୍କ ଏବଂ ସାନିଟାଇଜେସନ୍‌କୁ କଡାକଡି ପାଳନ ନକଲେ ତାଙ୍କ ବିରୁଦ୍ଧରେ ଏତଲା ଦିଆଯିବ ଏବଂ ସେହି ଦୋକାନକୁ ଏକ ସପ୍ତାହ ପାଇଁ ବନ୍ଦ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଯଦି କୌଣସି ବ୍ୟକ୍ତିବିଶେଷ କୋରୋନା ସଂକ୍ରମିତଙ୍କ ସମ୍ପର୍କରେ ଆସିବେ, ତେବେ ତୁରନ୍ତ ସ୍ଥାନୀୟ ଆଶାକର୍ମୀଙ୍କୁ ସୂଚନା ଦିଅନ୍ତୁ । ଆକ୍ଟିଭ୍ କଣ୍ଟାକ୍ଟକୁ ଲୁଚାଇ ନ ରଖିବା ସହ ଏହା ସେମାନଙ୍କ ପରିବାର ପ୍ରତି ବିପଦ ବୋଲି ଜିଲ୍ଲାପାଳ କହିଛନ୍ତି । ଏପରିକି ସମସ୍ତ ଆକ୍ଟିଭ୍ କଣ୍ଟାକ୍ଟ ବ୍ୟକ୍ତି 14 ଦିନ ପାଇଁ ବାଧ୍ୟତାମୂଳକ ହୋମ୍ କ୍ବାରେଣ୍ଟାଇନରେ ରହିବେ ବୋଲି ସେ ଉଲ୍ଲେଖ କରିଛନ୍ତି । ତେବେ ଏହାକୁ ଖିଲାପ କରିବା ସହ କୌଣସି ଲକ୍ଷଣକୁ ଲୁଚାଇ ରଖିଲେ ଏହା ତାଙ୍କ ପରିବାର ପାଇଁ ହାନିକାରକ ହୋଇଥିବାରୁ ଏଭଳି ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଦର୍ଶାଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details