ଓଡିଶା

odisha

Army Air Defence College Gopalpur: ପାସିଙ୍ଗ ଆଉଟ ପରେଡରେ ସାମିଲ ହେଲେ ୩୬୩ ଯବାନ

By

Published : Nov 28, 2021, 6:11 PM IST

ଗୋପାଳପୁର ଆର୍ମି ଏୟାର ଡିଫେନ୍ସ କଲେଜରେ ପାସିଙ୍ଗ୍ ଆଉଟ ପରେଡ (Passing out parade) । ଟ୍ରେନିଂ ନେଇଥିବା ୩୬୩ ଯବାନ ପାସିଂ ଆଉଟ ପରେଡରେ ଭାଗ ନେଇଛନ୍ତି । ଅଧିକ ପଢନ୍ତୁ

Army Air Defence College Gopalpur
Army Air Defence College Gopalpur; ପାସିଙ୍ଗ ଆଉଟ ପରେଡରେ ସାମିଲ ହେଲେ ୩୬୩ ଯବାନ

ବ୍ରହ୍ମପୁର: ଆର୍ମି ଏୟାର ଡିଫେନ୍ସ କଲେଜରେ ପାସିଙ୍ଗ୍ ଆଉଟ ପରେଡ (Passing out parade) । ଟ୍ରେନିଂ ନେଇଥିବା ୩୬୩ ଯବାନ ପାସିଂ ଆଉଟ ପରେଡରେ ଭାଗ ନେଇଛନ୍ତି । ତାଲିମପ୍ରାପ୍ତ ଯବାନମାନେ ନିଜ ନିଜର ୟୁନିଟରେ କର୍ତ୍ତବ୍ୟ ସମ୍ପାଦନ କରିବେ।

ବ୍ରହ୍ମପୁର ସହର ଉପକଣ୍ଠ ଗୋଳାବନ୍ଧସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜରେ (Army Air Defence College Gopalpur) ପାସିଙ୍ଗ୍ ଆଉଟ ପରେଡରେ ଅନୁଷ୍ଠିତ ହୋଇଯାଇଛି । ଆର୍ମି ଏୟାର ଡିଫେନ୍ସ କଲେଜ ପରିସରରେ ଗତ ୪୬ ସପ୍ତାହ ଧରି ତାଲିମ ନେଉଥିବା ୩୬୩ ଯବାନ ମାନଙ୍କ ସଂପୂର୍ଣ୍ଣ ପ୍ରଶିକ୍ଷଣ ଶେଷ ପରେ ଏହି ପାସିଙ୍ଗ୍ ଆଉଟ ପରେଡ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ କମାଣ୍ଡାଣ୍ଟ ଲେଫ୍ଟନାଣ୍ଟ ଜେନେରାଲ୍ ସତୀନ୍ଦର ସିଂ ଯୋଗ ଦେଇ ମିଳିତ ପରେଡର ନିରୀକ୍ଷଣ କରିଥିଲେ। ମୁଖ୍ୟତଃ ଏହି ତାଲିମ ସମୟରେ ଯବାନଙ୍କୁ ଶାରୀରିକ ତାଲିମ, ଡ୍ରିଲ୍ , ଅସ୍ତ୍ରଶସ୍ତ୍ର ତାଲିମ ଭଳି ଅନେକ ପ୍ରକାର ତାଲିମ୍ ସହିତ କ୍ରୀଡା ଏବଂ ବିଭିନ୍ନ ପ୍ରଶିକ୍ଷଣର ବିଭିନ୍ନ କଠିନତା ମାଧ୍ୟମରେ ତାଲିମପ୍ରାପ୍ତ ବ୍ୟକ୍ତିଙ୍କୁ ରଖାଯାଇଥିଲା ।

Army Air Defence College Gopalpur; ପାସିଙ୍ଗ ଆଉଟ ପରେଡରେ ସାମିଲ ହେଲେ ୩୬୩ ଯବାନ

ଏହି ଅବସରରେ ନିଜ ନିଜ ବ୍ୟାଚର ଶ୍ରେଷ୍ଠ ପ୍ରଶିକ୍ଷାର୍ଥୀ ଭାବରେ ସମସ୍ତ ପ୍ରଶିକ୍ଷିତ ସୈନିକଙ୍କ ମଧ୍ୟରୁ କିଛି ଯବାନଙ୍କୁ ଉତ୍ତମ ପ୍ରଶିକ୍ଷାର୍ଥୀ ଭାବେ ବିବେଚିତ ହୋଇଥିଲେ। ପାସିଙ୍ଗ୍ ଆଉଟ ପରେଡ ପରେ ତାଲିମପ୍ରାପ୍ତ ଯବାନମାନେ ନିଜ ନିଜର ୟୁନିଟରେ ଅଫ୍ ଆର୍ମି ଏୟାର ଡିଫେନ୍ସ ପାଇଁ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କରିବେ। ପ୍ରଶିକ୍ଷାର୍ଥୀମାନେ ଦେଶ ମାତୃକାର ସୁରକ୍ଷା ପରିପ୍ରେକ୍ଷୀରେ ନିଜ ନିଜ କର୍ତ୍ତବ୍ୟ ନିର୍ବାହ କରିବେ ।

Army Air Defence College Gopalpur; ପାସିଙ୍ଗ ଆଉଟ ପରେଡରେ ସାମିଲ ହେଲେ ୩୬୩ ଯବାନ
Army Air Defence College Gopalpur; ପାସିଙ୍ଗ ଆଉଟ ପରେଡରେ ସାମିଲ ହେଲେ ୩୬୩ ଯବାନ

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details