ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଶୁଭାରମ୍ଭ ହୋଇଛି ଧାନମଣ୍ଡି । ଛତ୍ରପୁର ଠାରୁ ଆରମ୍ଭ କରି ଦିଗପହଣ୍ଡି ଓ ସାନଖେମୁଣ୍ଡି ଭଳି ବିଭିନ୍ନ ବ୍ଳକରେ ରହିଥିବା ବିଭିନ୍ନ ସେବା ସମବାୟ ସମିତି ଲିଃ କାର୍ଯ୍ୟାଳୟ ପରିସରରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି।
ଦିଗପହଣ୍ଡି ବ୍ଳକର ଦେଖାଳି, ବମକୋଇ, ରଘୁନାଥ ମହାପ୍ରଭୁ ବି.ତୁରୁବୁଡି, ଯୋଗେଶ୍ବରୀ ସେବା ସମବାୟ ସମିତି ଆଙ୍କୋରଡା, କୁଶପଡା ଓ ବଡଡୁମ୍ବୁଳା, ଗୋଧଡଗାଁ ଆଦି ୭ଟି ସେବା ସମିତିରୁ ସର୍ବାଧିକ ୨୦୭ କୁଇଣ୍ଟାଲ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯାଇଥିବା ଜଣାପଡିଛି। ପ୍ରଥମତଃ ଦିଗପହଣ୍ଡି ବ୍ଲକ ବମକୋଇ ସେବା ସମବାୟ ସମିତି ଧାନମଣ୍ଡିକୁ ସ୍ଥାନୀୟ ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶୁଭାରମ୍ଭ କରିଥିଲେ।